କ୍ରିକେଟକୁ ଅଲବିଦା କହିଲେ ୟୁସୁଫ ପଠାନ
ନୂଆଦିଲ୍ଲୀ,୨୬ ।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଆଜି କ୍ରିକେଟକୁ ଅଲବିଦା କହିଛନ୍ତି । ଉଭୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଓ ଘରୋଇ କ୍ରିକେଟରୁ ସେ ଆଜି ଅବସର ଘୋଷଣା କରିଛନ୍ତି । ୟୁସୁଫ ଭାରତ ପାଇଁ ୫୭ଟି ODIରେ ୮୧୦ ରନ୍ କରିଥିବା ବେଳେ ୨୨ଟି T-20 ମ୍ୟାଚରେ ସେ ୨୩୬ ରନ୍ କରିଥିଲେ । ୟୁସୁଫ ୨ଟି ODIରେ ଶତକ ଓ ୩ଟିରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ତେବେ ୟୁସୁଫ ପଠାନ ଆଜି ନିଜର ଟ୍ୱିଟର ଆକାଉଣ୍ଟରେ ଅବସର ଘୋଷଣା କରିଛନ୍ତି । ସେ ଅତ୍ୟନ୍ତ ଭାବପ୍ରବଣ ବାତ୍ତା ପୋଷ୍ଟ କରିବା ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁସୁଫ ପଠାନ ଲେଖିଛନ୍ତି, ‘ମୋର ମନେ ଅଛି ଯେଉଁ ଦିନ ମୁଁ ପ୍ରଥମ ଥର ପାଇଁ ଭାରତୀୟ ଜର୍ସି ପିନ୍ଧିଥିଲି। ମୁଁ କେବଳ ସେହି ଜର୍ସି ପିନ୍ଧି ନାହିଁ, ମୋ ପରିବାର, ପ୍ରଶିକ୍ଷକ, ବନ୍ଧୁ ଏବଂ ସମଗ୍ର ଦେଶ ସେହି ଜର୍ସି ପିନ୍ଧିଥିଲେ । ମୋର ପିଲାଦିନ, ଜୀବନ କ୍ରିକେଟ୍ ଚାରିପାଖରେ ଅତିବାହିତ ହୋଇଥିଲା ଏବଂ ମୁଁ ଆନ୍ତର୍ଜାତୀୟ, ଘରୋଇ ଏବଂ ଆଇପିଏଲ୍ କ୍ରିକେଟ୍ ଖେଳିଥିଲି । କିନ୍ତୁ ଆଜି କିଛି ଅଲଗା । ଆଜି କୌଣସି ବିଶ୍ୱକପ୍ କିମ୍ବା ଆଇପିଏଲ୍ ଫାଇନାଲ୍ ନାହିଁ, କିନ୍ତୁ ଏହା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି କ୍ରିକେଟର ଭାବରେ ମୋର କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହେବାକୁ ଯାଉଛି । ମୁଁ ଆନୁଷ୍ଠାନିକ ଭାବେ ମୋର ଅବସର ଘୋଷଣା କରିଛି ।’
I thank my family, friends, fans, teams, coaches and the whole country wholeheartedly for all the support and love. #retirement pic.twitter.com/usOzxer9CE
— Yusuf Pathan (@iamyusufpathan) February 26, 2021
Comments are closed.