ଗୃହରେ ବିଧାୟକଙ୍କ ଆତ୍ମହତ୍ୟା ଧମକ
ଭୁବନେଶ୍ୱର,୨୬ ।୨: ଧାନମଣ୍ଡି ପ୍ରସଙ୍ଗରେ ଆଜି ଗୃହରେ ବିଜେପି ବିଧାୟକମାନେ ହୋ-ହଲ୍ଲା କରିଛନ୍ତି । ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ତେବେପ ଗୃହରେ ଆତ୍ମହତ୍ୟା ଧମକ ଦେଇଥିବା ବିଧାୟକ ହେଉଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଧାନସଭାରେ ବିଧାୟକ ଆତ୍ମହତ୍ୟା ଧମକ ଦେଇଛନ୍ତି ।
ଅନ୍ୟପଟେ ବିଧାନସଭାର ମଧ୍ୟ ଭାଗରେ ଧାରଣାରେ ବସିଛନ୍ତି ନରସିଂହ ମିଶ୍ର । ଧାନ ମଣ୍ଡି ପ୍ରସଙ୍ଗରେ ବିବୃତି ଦାବିରେ ନରସିଂହ ଧାରଣାରେ ବସିଥିବା ଜଣାପଡିଛି । ଫଳରେ ୧୦ ମିନିଟ ପାଇଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତ ସୂର୍ଯ୍ୟ ନାରାୟଣ ପାତ୍ର ।
Comments are closed.