IPL ବେଟିଂର କିଙ୍ଗପିନ୍ ଦୀନେଶ ଗିରଫ

ବ୍ରହ୍ମପୁର,୨୬ ।୨: ଆଇପିଏଲ ବେଟିଂ ମାମଲାରେ ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା । ଆଇପିଏଲ ବେଟିଂର କିଙ୍ଗପିନ୍ ଦୀନେଶ ରାଠୀ ଗିରଫ ହୋଇଛନ୍ତି । କୋଲକାତାରୁ ବ୍ରହ୍ମୁପର ପୋଲିସ ଦୀନେଶକୁ ଗିରଫ କରିଛି । ୫ ଦିନିଆ ଟ୍ରାଞ୍ଜେଟ୍ ରିମାଣ୍ଡରେ ଆଣିଛି ବ୍ରହ୍ମପୁର ପୋଲିସ । ପୂର୍ବରୁ ଏହି ମାମଲଶରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି ।

ପୂର୍ବରୁ ସମ୍ବଲପୁରରେ ଅନଲାଇନ୍ ବେଟିଂ କାରବାରରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଚଢଉ କରି ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏଥିସହ ଅଭିଯୁକ୍ତଙ୍କଠାରୁ ୧୫ ହଜାର ଟଙ୍କା ଓ ୫ଟି ମୋବାଇଲ ଜବତ ହୋଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି ଆଦି ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା । ଏମାନେ ସାଧାରଣ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ପ୍ରଲୋଭନ ଦେଖାଇ ଆଇପିଏଲ ବେଟିଂରେ ନିୟୋଜିତ କରୁଥିଲେ। ଅନଲାଇନରେ ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ଫସାଉଥିଲେ।

Comments are closed.