ANMଙ୍କୁ ନେଇ ସରକାରଙ୍କ ବଡ ଘୋଷଣା – ‘ଯୋଗ୍ୟତା ଭିତ୍ତିରେ ନିଯୁକ୍ତି’
ଭୁବନେଶ୍ୱର,୨୬ ।୨: ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଥିବା ଏଏନଏମଙ୍କ ପାଇଁ ବଡ଼ ଖବର । ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ସମସ୍ତ ଏଏନଏମଙ୍କୁ ନିଯୁକ୍ତି ଦିଆଯିବ । ଆନ୍ଦୋଳନରତ ଏଏନଏମ୍ଙ୍କ ସମ୍ପର୍କରେ ବିଧାନସଭାରେ ବିବୃତି ରଖି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ‘ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ରାଜ୍ୟରେ ୧୦୯୯ଟି ଏଏନଏମ୍ ପଦ ଖାଲି ପଡ଼ିଛି ।’
ତେବେ ମହାମାରୀକୁ ଦୃଷ୍ଟିରେ ରଖି ଏଏନଏମଙ୍କୁ ସର୍ତ୍ତମୂଳକ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସ୍ଥାୟୀ ନିଯୁକ୍ତି ଦାବିରେ ଏଏନଏମ୍ ଦୀର୍ଘ ମାସ ହେବ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଚଳାଇଛନ୍ତି । ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଏଏନଏମ । ସ୍ଥାୟୀ ନିଯୁକ୍ତି ଦାବିରେ ନଭେମ୍ବର ୨୮ ତାରିଖରୁ ଅହୋରାତ୍ର ଆନ୍ଦୋଳନ ଚଳାଇଛନ୍ତି ଏଏନଏମ୍ କର୍ମୀ ।
Comments are closed.