ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ, ୨୪ା୨: ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ। ଏହି ମାସରେ ସାଧାରଣତଃ ବ୍ୟାଙ୍କଗୁଡ଼ିକ ସହିତ ଜଡିତ କାମ ଅଧିକ ଥାଏ। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ପୁରା ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତାହେଲେ ସାରିନିଅନ୍ତୁ। ଏହି ପର୍ବପର୍ବାଣି ଦିବସମାନଙ୍କରେ ଦେଶରେ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବା ସହ କିଛି ରାଜ୍ୟରେ ଖୋଲା ରହିବ ।

ଆରବିଆଇ ଗାଇଡଲାଇନ ଅନୁଯାୟୀ, ଦେଶରେ ବ୍ୟାଙ୍କଗୁଡ଼ିକ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହେ। ଏହାଛଡ଼ା ଏହି ମାସରେ କିଛି ଅତିରିକ୍ତ ଛୁଟି ଓ ପର୍ବ ପର୍ବାଣୀ ପାଇଁ ବ୍ୟାଙ୍କ ଛୁଟି ରହିବ।

ମାର୍ଚ୍ଚ ୫ ତାରିଖରେ ଚପଚାର ପର୍ବ ରହୁଥିବାରୁ କେବଳ ମିଜୋରମରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।୧୧ ତାରିଖରେ ମହାଶିବରାତ୍ରୀ ପଡ଼ୁଥବାରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ୧୩ ମାର୍ଚ୍ଚରେ ଦ୍ୱିତୀୟ ଶନିବାର, ୧୪ ତାରିଖ ରବିବାର, ୧୫ ତାରିଖ ସୋମବାରରେ କିଛି ବ୍ୟାଙ୍କ ୟୁନିୟନମାନଙ୍କ ହରତାଳ, ୨୧ ମାର୍ଚ୍ଚରେ ପୁଣି ରବିବାର, ୨୭ ମାର୍ଚ୍ଚରେ ଚତୁର୍ଥ ଶନିବାର, ୨୮ ମାର୍ଚ୍ଚରେ ରବିବାର, ୨୯ ଓ ୩୦ ତାରିଖରେ ହୋଲି ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତେଣୁ ମାତ୍ର ୨୦ ଦିନ ବ୍ୟାଙ୍କ ଖୋଲା ରହୁଥିବାରୁ ବ୍ୟାଙ୍କ ନିଶ୍ଚିନ୍ତ ଭାବେ ଭିଡ ରହିବ ।

Comments are closed.