ଭଦ୍ରକରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ନିମାଇଁ ନାୟକ : ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ଥିବା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ଶୁଭ ଲକ୍ଷ୍ମୀ ଶିକ୍ଷା ଟ୍ରଷ୍ଟ ପକ୍ଷରୁ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ କରୋନା ଯୋଦ୍ଧା, ଦଶମ ଶ୍ରେଣୀ ଟପ୍ପର, କଳା କ୍ଷେତ୍ରରେ ବିଭିନ୍ନ ସଫଳ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ  ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବରେ କଂଗେସ ନେତା ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଡିଓ ପ୍ରଣବ ବେହେରା, ବିଧାୟକଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ଜୟପ୍ରକାଶ ମଲ୍ଲିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଦାସ ସଭାପତିତ୍ବ କରିଥିଲାବେଳେ ପ୍ରତାପ କୁମାର ପାଢ଼ୀ ସମ୍ପାଦକ ବିବରଣୀ ପାଠ କରିଥିଲେ। କରୋନା ଯୋଦ୍ଧା ଭାବରେ ବିଧାୟକ, ତହସିଲଦାର, ବିଡିଓ, କଂଗ୍ରେସ ନେତା ଅଶୋକ ଦାସ, ବାସୁଦେବପୁର ପ୍ରେସ କ୍ଲବର ଯୁବ ସମାଜ ସେବୀ ଉଦୟ ମଲ୍ଲିକ, ସମ୍ବିତ ମହାନ୍ତି, ସୁବ୍ରତ ଧଳ, କଳାକାର ଭାବରେ ଅଲେଖ ପରିଡ଼ା, ଦଶମ ଶ୍ରେଣୀ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଏକ ସଚେତନତା ନାଟକ ଅନୁଷ୍ଟିତ ହୋଇଥିଲା ।

Comments are closed.