ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦନି ଗରିବଙ୍କ ପାଇଁ ଖୋଲିଲେ ୧ ଟଙ୍କିଆ କ୍ଲିନିକ୍

ସମ୍ବଲପୁର, ତୁଷବନ୍ତ ଯୋଶୀ : ବୁର୍ଲା ଭିମସାର ମେଡିସିନ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଜଣେ ସମାଜସେବୀ ଡାକ୍ତର ଭାବେ ବେଶ ଜଣାଶୁଣା । ଡାକ୍ତର ଶଙ୍କର ରାମଚନ୍ଦାନି ବିଭିନ୍ନ ସମୟରେ ଗରିବ ରୋଗୀ ଙ୍କ ସହ ଅସହାୟ ଲୋକଙ୍କୁ ସାହାଯ୍ୟ କରି ମାନବ ସେବା ମାଧବ ସେବା ର ଉଦାହରଣ ସମାଜ ପାଇଁ ସୄଷ୍ଟି କରିପାରିଛନ୍ତି । ତେବେ ଗରିବ ମାନଙ୍କ ସାହାଯ୍ୟ କରିବା ସହ ସମାଜ ସେବା କରିବା କାଯ୍ୟ କରିବା କ୍ଷେତ୍ରରେ ଡାକ୍ତର ରାମଚନ୍ଦନି ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ଡାକ୍ତର ଶଙ୍କର ରାମଚନ୍ଦନି ବୁର୍ଲା ଠାରେ ଗରିବ ଲୋକଙ୍କ ଚିକିତ୍ସା ସେବା କରିବା ପାଇଁ ସାହାଯ୍ୟ ଏକ ନିଆରା ପଦକ୍ଷେପ ନେଇଛନ୍ତି । ସେ ବୁର୍ଲା ରେ ଆରମ୍ଭ କରିଛନ୍ତି ଏକ ଟଙ୍କିଆ କ୍ଲିନିକ୍ । ଡାକ୍ତର ଶଙ୍କର ରାମଚନ୍ଦନି ଙ୍କ ଏହି ଏକ ଟଙ୍କାକିଆ କ୍ଳିନିକରେ ଜଣେ ରୋଗୀ ମାତ୍ର ଏକ ଟଙ୍କା ଦେଇ ନିଜ ରୋଗର ଚିକିତ୍ସା କରି ପାରିବ। ଏହି ଏକ ଟଙ୍କିଆ କ୍ଳିନିକ ଯୋଗୁ ଅନେକ ଗରିବ ରୋଗୀ ଉପକୃତ ହୋଇ ପାରିବା ଆଶା କରାଯାଉଛି । ତେବେ ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦନି ଙ୍କ ଏହି କ୍ଲିନିକ୍ ଖୋଲିବା କାଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Comments are closed.