ଆନ୍ଧ୍ରକୁ ଭୋଟ୍ ଦେଉଛି କୋଟିଆ
କୋଟିଆ,୧୩ ।୨ : ଓଡିଶାର ସୀମାନ୍ତ ଗାଁ ଅର୍ଥାତ୍ କୋରାପୁଟ ‘କୋଟିଆ’ରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ଚାଲିଛି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ମତଦାତାମାନେ ଧାଡିବାନ୍ଧି ଠିଆ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି । କୋଟିଆ ଅଞ୍ଚଳରେ ଆନ୍ଧ୍ର ପୋଲିସ ଛାଉଣୀ ହୋଇ ରହିଛନ୍ତି ।
ଅନ୍ୟପଟେ କୋଟିଆରେ ନିର୍ବାଚନ ବନ୍ଦ ରଖିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ । ଚିଠି ଲେଖିବା ସତ୍ତେ୍ୱ କୋଟିଆରେ ଆନ୍ଧ୍ରର ନିର୍ବାଚନ ଅଧିକାରୀ ଓ କର୍ମଚାରୀ ଭୋଟଗ୍ରହଣ ପାଇଁ ତାଲିକା ପକାଶ ସହ ଚିରକୁଟ୍ ବାଣ୍ଟିଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ତେବେ ଓଡିଶା ସୀମାନ୍ତ କୋଟିଆ ଅଞ୍ଚଳକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଇଛନ୍ତି । ଏନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର କୋଟିଆରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ସହ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ସେଠାରେ ସ୍କୁଲ ନିର୍ମାଣ କରିବା ଓ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇବା ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରାଯାଉଛି । ଗଞ୍ଜାମ, କୋରାପୁଟ ଓ ଗଜପତିରେ ନିର୍ବାଚନ କରିବାକୁ ଆନ୍ଧ୍ର ପ୍ରୟାସ କରୁଛି । ୫୮ ଗାଁରେ ଆନ୍ଧ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରୟାସ କରୁଛି । ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଛି ଓଡିଶା । ଓଡିଶାର ଆବେଦନ ଉପରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଗତକାଲି ଶୁଣାଣି ହୋଇଛି । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡିଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Comments are closed.