ଚାଷୀଙ୍କ ଖାତାକୁ ‘କାଳିଆ’ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୨ : ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା ।
ଚାଷୀମାନଙ୍କୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯାଇଛି । ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡିବିଟି ମାଧ୍ୟମରେ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ୫୩.୫ ଲକ୍ଷ ଚାଷୀ ପରିବାର ଉପକୃତ ହେବେ । ୫୩ ଲକ୍ଷ ମଧ୍ୟରୁ ୩୭ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଉପକୃତ ହେବେ ।

ତେବେ ୩୭ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ୨ ହଜାର ଲେଖାଏଁ ଟଙ୍କା ପଠାଯାଇଛି । ୯ ଲକ୍ଷ ଭୂମିହୀନ ଚାଷୀଙ୍କୁ ୨ଟି କିସ୍ତିର ୫ ହଜାର ଲେଖାଏଁ ମିଳିଛି । ଆଉ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ମିଳିଛି ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ।କାଳିଆ ଯୋଜନା ପାଇଁ ୧୨୭୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହ ୫ ଜଣ ଚାଷୀଙ୍କ ସହ କଥା ହୋଇଛନ୍ତି ନବୀନ । ସୁନ୍ଦରଗଡ଼ର ଭୂମିହୀନ ଚାଷୀ କୁମାରୀ ମରାଇ, ବରଗଡ଼ର କ୍ଷୁଦ୍ର ଚାଷୀ ମାଣିକ୍ୟ ପ୍ରଧାନ, ନବରଙ୍ଗପୁରର ଭୂମିହୀନ ଚାଷୀ ଘନ ପାଇକ ଓ ନୟାଗଡ଼ର ଓ ମୟୂରଭଞ୍ଜର ଚାଷୀ ଦାଶରଥୀ ଓ ବିନୋଦଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.