କୋଟିଆ ମାମଲା: ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ
ନୂଆଦିଲ୍ଲୀ,୧୨ ।୨: କୋଟିଆରେ ଆନ୍ଧ୍ରର ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଓଡିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡିଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ତେବେ ଓଡିଶା ସୀମାନ୍ତ କୋଟିଆ ଅଞ୍ଚଳକୁ ଦଖଲ କରିବାକୁ ଆନ୍ଧ୍ର ସରକାର ଯୋଜନା ଚଳାଇଛନ୍ତି । ଏନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବାରମ୍ବାର କୋଟିଆରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ସହ ଲୋକଙ୍କ ସମର୍ଥନ ଯୋଗାଡ କରିବାକୁ ସେଠାରେ ସ୍କୁଲ ନିର୍ମାଣ କରିବା ଓ ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇବା ସହ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବି ପ୍ରଦାନ କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି କିଛିଦିନ ହେବ କୋଟିଆ ପଞ୍ଚାୟତରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏନେଇ ବି କିଛି ଲୋକ ପ୍ରାର୍ଥୀପତ୍ର ଦାଖଲ କରିସାରିଥିଲେ । ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଥିଲା ଓଡିଶା । ଓଡିଶାର ଆବେଦନକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ମାମଲାର ଜରୁରୀ ଶୁଣାଣି ପାଇଁ ରାଜ୍ୟ ସରକାର ଆବେଦନ କରିଥିଲେ ।
Comments are closed.