୬ ମାସରେ ଜୟପୁରରୁ ଉଡିବ ବିମାନ

କୋରାପୁଟ,୧୨ ।୨: ଆଗାମୀ ୬ରୁ ୮ ମାସ ମଧ୍ୟରେ କୋରାପୁଟର ଜୟପୁରରୁ ଉଡିବ ବିମାନ । ଜୟପୁର ଏୟାରଷ୍ଟ୍ରୀପ ଅନୁଧ୍ୟାନ ପରେ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଆଗାମୀ ମାର୍ଚ୍ଚରେ ‘ଉଡାନ୍’ ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା ହେବ । ଚଳିତବର୍ଷ ଶେଷ ସୁଦ୍ଧା ଜୟପୁରରୁ ବିମାନ ଉଡିବାର ଆଶା ରହିଛି । ଆସନ୍ତା ମାର୍ଚ୍ଚରେ ଲାଇସେନ୍ସ ପାଇଁ ଆବେଦନ ହେବ । ୧୯ ସିଟେଡ ବିମାନ ଉଡାଣ ପାଇଁ ପ୍ରସ୍ତୁତି ଚାଲିଛି । ସମୀକ୍ଷା ମିଟିଂରେ ସଚିବଙ୍କ ସହ ସ୍ଥାନୀୟ ବିଧାୟକ, ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।’

Comments are closed.