୧୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର,୧୧ ।୨: ଆସନ୍ତା ୧୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ପୂର୍ବାହ୍ନ ୧୧ଟା ୩୦ରେ ବସିବ ବୈଠକ । ବିଧାନସଭାକୁ ଆସିବାକୁ ଥିବା ମନ୍ତ୍ରୀ-ବିଧାୟକଙ୍କ କୋଭିଡ ଟେଷ୍ଟ ହେବ । ୧୫ରୁ ୧୭ ଯାଏଁ ବିଧାୟକ ଓ ମନ୍ତ୍ରୀଙ୍କର କରୋନା ଟେଷ୍ଟ ହେବ । ତେବେ ସାମାଜିକ ଦୂରତା ଭିତରେ ବସିବା ବ୍ୟବସ୍ଥା ହେବ ବୋଲି ବାଚସ୍ପତି କହିଛନ୍ତି ।

Comments are closed.