ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

ବଲାଙ୍ଗୀର,୧୧ ।୨: ବଲାଙ୍ଗୀର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେଶବଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଡେପୁଟି ରେଞ୍ଜରଙ୍କ ଅଫିସ ସହ ସାଗରପଡା, ଇନ୍ଦ୍ରାନଗର ଓ ଗୁପ୍ତେଶ୍ୱରନଗରରେ ଥିବା ଘରେ ରେଡ୍ ହୋଇଛି । ସୋନପୁର ସହରର ମଝିଆପଡାସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ । ବରଗଡ଼, ସୋନପୁର , ସମ୍ବଲପୁର ଓ ବଲାଙ୍ଗୀର ଟିମ୍ର ଏହି ଚଢାଉରେ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧାର କେଶବଙ୍କ ଘରୁ ନଗଦ ଟଙ୍କା ଓ ସୁନା ସହ ବିଭିନ୍ନ ଜରୁରୀ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି ।

Comments are closed.