ରୋଷେଇ ଘରେ ମହଙ୍ଗା ମାଡ଼ : ବଜେଟ୍ ପରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ?
ନୂଆଦିଲ୍ଲୀ: ସାଧାରଣ ଉପଭୋକ୍ତାଙ୍କ ମୁଣ୍ଡରେ ଚଡକ । ବଜେଟ୍ ପରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍ । ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ ଏଲ୍ପିଜି ବିତରଣ କମ୍ପାନୀ ଏହି ଦାମ୍ ବୃଦ୍ଧି କରିଛି । ସିଲିଣ୍ଡର ପିଛା ଦାମ୍ ୨୫ ଟଙ୍କା ବଢ଼ିଛି । କିନ୍ତୁ ବାଣିଜିକ୍ୟ ଗ୍ୟାସ୍ ସିଲିଣ୍ଡର ଦାମ୍ରେ ୬ଟଙ୍କା ହ୍ରାସ ପାଇଛି । ଏହାପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ୧୯୦ ଟଙ୍କା ବୃଦ୍ଧି ପାଇଥିଲା।
ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇବା ଫଳରେ ଏବେ ଦିଲ୍ଲୀ ସିଲିଣ୍ଡର ଦାମ୍ ୭୧୯ଟଙ୍କା ହୋଇଛି । ସେହିପରି କୋଲକାତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କା ବୃଦ୍ଧି ପାଇଛି । ଉପଭୋକ୍ତାଙ୍କୁ ୧୪ କିଲୋ ଓଜନର ଅଣ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪ ଲିଟର ବିଶିଷ୍ଟ ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୭୧୯ ଟଙ୍କା ହୋଇଛି।
Comments are closed.