ଏଣିକି ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୩ ।୨: ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପରେ ଏଣିକି ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ କରୋନା ଟିକା ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ ଅଫିସରରେ ଟିକା ରୁମ୍ ହେବ । ୧ମ ଫେଜରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ ଟିକା ଦିଆଯିବ । ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଡାଟା ବେସ୍ ପ୍ରସ୍ତୁତ କରାଯାଇଛି । ଚିହ୍ନଟ ପରେ ସେମାନଙ୍କୁ ସେମାନଙ୍କ ଅଫିସରରେ ଟିକା ଦିଆଯିବ । ୬ ତାରିଖରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ । ୩ ସପ୍ତାହ ଭିତରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।’

ତେବେ ଓଡିଶାକୁ ଆଜି ୬୩ ହଜାର ୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିଛି । ଏହା ସହ ୮୩ ହଜାର ୫୦୦ କୋଭାକ୍ସିନ ଟିକା ଆସିଛି । ଏଯାଏଁ ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଗଲାଣି । ରାଜ୍ୟରେ ୬୨ ପ୍ରତିଶତ ଟିକାକରଣ ହୋଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୦ ତାରିଖ ସୁଦ୍ଧା ଶେଷ ହେବ । ଫେବ୍ରୁଆରୀ ୧୫ରୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି କହିଛନ୍ତିି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Comments are closed.