ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ୱର,୩୦ ।୧: ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ବଢିଲା ଷ୍ଟାଇପେଣ୍ଡ । ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଡିଏମଓଟିଙ୍କୁ ଚିଠି ଲେଖିଛନ୍ତି ଉପ ସଚିବ । ତେବେ ଦୀର୍ଘଦିନ ଧରି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ହାଉସ ସର୍ଜନ ଦାବି କରୁଥିଲେ । ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ମଧ୍ୟ ଦେଇଥିଲେ । ଷ୍ଟାଇପେଣ୍ଡ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଛି ସଂଘ ।

Comments are closed.