ଗାନ୍ଧୀ ସଚେତନ ସ୍ମୃତି କମିଟି ପକ୍ଷରୁ ବିଧାୟକଙ୍କ ଦ୍ଵାରା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା

ନୂଆଗାଁ, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ମାଣିକ ପାଟଣା ଠାରେ ଗାନ୍ଧୀ ଜନ ସଚେତନ ସ୍ମୃତି କମି ଟି ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମ୍ବିଧାନ ର ବ୍ୟାଖ୍ୟା କରିଥିଲେ।ତତ୍ ସହିତ ମହାତ୍ମା ଗାନ୍ଧୀ ଙ୍କ ଅହିଂସା ନୀତି ଏବଂ ଅଞ୍ଚଳର ବିକାଶ ପାଇଁ ମାନସିକତାର ପରିବର୍ତନ ସହ ଏକତାର ଆବଶ୍ୟକତା ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ । ଅନୁଷ୍ଠାନ ତରଫରୁ ବିଭିନ୍ନ ଆବଶ୍ୟକତା ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ବାହାଡ ଝୋଲାକୁ ଏନଏସି କରାଯିବା ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ଆବଶ୍ୟକତା ଧୀରେ ଧୀରେ ପୁରାଣ କରାଯିବା ଉପରେ ପ୍ରଚେଷ୍ଟା କରିବେ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ତତ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ, ମୋ ସ୍କୁଲ୍ ଅଭିଯାନର ଆଭିମୁଖ୍ୟ ଏବଂ ଓଡ଼ିଶା ମୋ ପରିବାର ସମ୍ପର୍କରେ ବିଧାୟକ ବର୍ଣ୍ଣନା କରିଥିଲେ। କରୋନା ଯୋଦ୍ଧା ଭାବେ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ସାମ୍ବାଦିକ ମାନଙ୍କୁ ଏବଂ ଉତ୍କୃଷ୍ଟ କଳା ପରିବେଷଣ କରିଥିବା ଦୃଷ୍ଟିହୀନ ସାଂସ୍କୃତିକ ପରିଷଦ ର ଦୃଷ୍ଟିହୀନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଦଶପଲ୍ଲା ବିଧାୟକ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶା ସମଲ୍,ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା,ସ୍ଥାନୀୟ ସମିତି ସଭ୍ୟା,ଗାନ୍ଧୀ ସଚେତନ ସ୍ମୃତି କମିଟି ସଭାପତି ସୁଶାନ୍ତ କୁମାର ପଢିଆରି, ରତାଦେଇ ଉନ୍ନୟନ କମିଟି ସଭାପତି ସଞ୍ଜୀବ କୁମାର ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ।୪୦ ହଜାର ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ବାହାଡ ଝୋଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ଦଶପଲ୍ଲା ବିଧାୟକ ଏକ ଆମ୍ବୁଲାନ୍ସ ଯୋଗାଇଥିବା ରୁ ଅଞ୍ଚଳ ବାସୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.