ପୁଣେର ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, ଯେଉଁଠି ପ୍ରସ୍ତୁତ ହେଉଛି କୋଭିସିଲ୍ଡ ଟିକା
ପୁଣେ,୨୧ ।୧: ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରର ଟର୍ମିନାଲ ୧ରେ ନିଆଁ ଲାଗିଛି । ବିଲ୍ଡିଂର ୨ୟ ମହାଲାରେ ଲାଗିଛି ଏହି ନୂଆ । ଦମକଳ ବିଭାଗର ୮ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ତେବେ ବିସିଜି ଟିକା ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଅଗ୍ନିକାଣ୍ଡ । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହେଉଛି କରୋନା ଟିକା ‘କୋଭିସିଲ୍ଡ’ । କିନ୍ତୁ ଟିକା ଥିବା ପ୍ଲାଣ୍ଟରେ ନିଆଁ ଲାଗିନାହିଁ ବୋଲି ଜଣାପଡିଛି । ଟିକା ରହିଥିବା ପ୍ଲାଣ୍ଟଠାରୁ ଦେଢ କିଲୋମିଟର ଦୂରରେ ଥିବା ପ୍ଲାଣ୍ଟରେ ନିଆଁ ଲାଗିଛି ।
Comments are closed.