କୋହଳ ହେବ ସ୍କୁଲ ଫି, ଜାଣନ୍ତୁ କେତେ ପ୍ରତିଶତ?

ଭୁବନେଶ୍ୱର, ୨୦ା୧ : ସ୍କୁଲ ଫି’ କୋହଳ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନୁଦାନ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ କରିବେ । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି କୋହଳ ହେବ । ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ବାର୍ଷିକ ୬ ହଜାର ଯାଏଁ ଛାଡ ହେବାନି ସ୍କୁଲ ଫି । ବାର୍ଷିକ ୬ ହଜାରରୁ ଅଧିକ ୧୨ ହଜାରରୁ କମ୍ ପାଇଁ ୭.୫% ଛାଡ ହେବ ।୧୨ ହଜାରରୁ ଅଧିକ ଓ ୨୪ ହଜାରରୁ କମ୍ ପାଇଁ ୧୨% ଛାଡ ହେବ । ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ପାଇଁ ୧୫% ଛାଡ । ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଥିଲେ ୨୦% ଛାଡ । ୭୨ ହଜାରରୁ ଅଧିକ ଓ ୧ ଲକ୍ଷରୁ କମ୍ ଥିଲେ ୨୫% ଛାଡ ହେବ । ବାର୍ଷିକ ଫି ୧ ଲକ୍ଷରୁ ଅଧିକ ଥିଲେ ୨୬% ଛାଡ ହେବ ।
ତେବେ ସ୍କୁଲ ଫି କୋହଳ କରିବା ନିଷ୍ପତ୍ତି ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଗତ ୧୦ ତାରିଖରେ ରାୟ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀଙ୍କଠାରୁ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଛା ଆଦାୟ କରାଯାଇ ପାରିବନି । ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ଫି ଛାଡ଼ କରାଯିବ ନାହିଁ । ହଷ୍ଟେଲ ଫି ୩୦ ପ୍ରତିଶତ ଛାଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.