ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ଡ୍ୟାମରେ ଛଡାଗଲା ୫ ଲକ୍ଷ ଯାଆଁଳ
ମାଲକାନଗିରି, ଅପୂର୍ବ ଥଣ୍ଡର : ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ଡ୍ୟାମରେ ୫ ଲକ୍ଷ ମାଛ ଯାଆଁଳ ଆଜି ଛଡା ଯାଇଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଡ୍ୟାମରେ ଜିଲ୍ଲା ପରିସଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ ଏବଂ ମାଲକାନଗିରି ଜିଲ୍ଲା ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦର ଅଧକ୍ଷ ମାନସ ମାଡକାମୀ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ମତ୍ସ୍ୟ ବିଭାଗର ଉପନିର୍ଦେଶକ ସୁରେଶ ଚନ୍ଦ୍ର ବେହେରା, ମାଲକାନଗିରି ଜିଲ୍ଲା ମତ୍ସ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର, ଉପ ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଓ ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀ ଉନୟନ୍ନ ଅଧିକାରୀ ଲାରୀମାନ ଖର୍ସେଲଙ୍କ ଉପସ୍ଥିତିରେ ପ୍ରାୟ ୫ ଲକ୍ଷ ରୋହି, ଭାକୁର, ଲାଲ କାତିର ମାଛ ଯାଆଁଳ ଡ୍ୟାମ ଭିତରକୁ ଛଡ଼ାଯାଇଥିଲା । ଏହି ସମୟରେ ଚିତ୍ରକୋଣ୍ଡା ବ୍ଲକ ଅଧୀନରେ ଥିବା ପଞ୍ଚାଗୋଟି ମତ୍ସ୍ୟ ସୋସାଇଟିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ମାଲକାନଗିରି ଉପ ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡଙ୍କ କହିବା ଅନୁଯାୟୀ ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଛଡ଼ାଯାଇଥିଲା, ୨୦୧୯-୨୦ ରେ ୨୦ ହଜାର ହେକ୍ଟରରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳ ଛଡ଼ାଯାଇଥିଲା। ଚଳିତବର୍ଷ ୨୦୨୦-୨୧ ସେତୁ ଯୋଜନାରେ ୮୦ ଲକ୍ଷ ମାଛ ଯାଆଁଳ ଛଡ଼ାଯିବାର ବନ୍ଦୋବସ୍ତ କରାଯାଇଛି । ଯାହାର ହାରାହାରି ମୂଲ୍ୟ ୧ କୋଟି ୮୦ ହଜାର ହେବ । ଏହାର ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଯାଆଁଳା ଆଜି ଛଡ଼ାଗଲା । ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବାକୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କରିଥିଲେ ।
Comments are closed.