୩ କୋଟି ଲୋକଙ୍କୁ ମାଗଣା ଟିକା : ମୋଦୀ
ନୂଆଦିଲ୍ଲୀ,୧୧ ।୧: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଏସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀରେ ସୂଚନା ଦେଇ ମୋଦୀ କହିଛନ୍ତି ଯେ, ‘ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକାକରଣ କରାଯିବ । ସାରା ଦେଶରେ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟର ୩ କୋଟି ଟିକା ମାଗଣାରେ ଦିଆଯିବ । ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ବହନ କରିବ । ୨ୟ ପର୍ଯ୍ୟାୟରେ ୫୦ରୁ ଅଧିକ ବୟସ୍କ, ବହୁବିଧ ରୋଗାକ୍ରାନ୍ତମାନଙ୍କୁ ଟିକା ଦିଆଯିବ । ଆଗାମୀ କିଛି ମାସରେ ୩୦ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି । ଦେଶରେ ଅନୁମତି ପାଇଥିବା ଟିକା ବିଶ୍ୱାସଯୋଗ୍ୟ । ୨ ଭ୍ୟାକ୍ସିନ ଆସିଛି, ଆଉ ୪ଟି ଆସିବାକୁ ଅଛି ।’
ଟିକାକରଣ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ । ଟିକାକୁ ନେଇ ଅପପ୍ରଚାର ଠାରୁ ସାବଧାନ୍ ରୁହନ୍ତୁ । ଅପପ୍ରଚାର ନହେଉ, ଏନେଇ ରାଜ୍ୟ ପଦାକ୍ଷେପ ନିଅନ୍ତୁ । କୋଭିଡ ପ୍ରୋଟୋକଲ କଡାକଡି ଭାବେ ପାଳନ ହେଉ ବୋଲି ମୋଦୀ କହିଛନ୍ତି ।
Comments are closed.