କଳାହାଣ୍ଡିରେ ବଡ ଧରଣର ଡକାୟତି
କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ବନ୍ଧୁକ ମୁନରେ ଚୋରି । ମାସକ ମଧ୍ୟରେ କଳାହାଣ୍ଡି ରେ ଦୁଇଟି ବଡ଼ ଧରଣ ଚୋରି । କିଛିଦିନ ପୂର୍ବରୁ ମୋଟେରର ଠିକାଦାର ଘରୁ 40 ଲକ୍ଷରୁ ଅଧିକା ଓ ସୁନା ଗହଣା ଚୋରି ହେଲା ବେଳେ ଭବାନିପାଟଣା ବୋର୍ଡାର ପେଟ୍ରୋଲ ଟ୍ୟାଙ୍କ ମାଳିକ ଅନିଲ ଜୈନଙ୍କ ଘରେ ଗତ ବିଳମ୍ବିତ ରାତିରେ ଘରେ ପଶି ଡକାୟତି । 15 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେବା ସହ ସୁନା ଗହଣା ମଧ୍ଯ ଲୁଟିନେଲେ । ଘରର ସମସ୍ତଙ୍କୁ ବନ୍ଧୁକ ଦେଖାଇ ଲୁହା ଅସ୍ତ୍ରରେ ଆକ୍ରମଣ କରି ଲୁଟି ନେଲେ ସବୁକିଛି । ପାଞ୍ଚ ଜଣ ଡକାୟତ ଆସି ଏହି ଡକାୟତି କରିଥିବା ସୂଚନା ମିଳିଛି । ମାସେ ଭିତରେ ଦୁଇଟି ବଡ଼ ଧାରଣ ଚୋରି ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ବେଳେ କଲାହାଣ୍ଡିର ନୂଆ ପୋଲିସ ଆରକ୍ଷୀ ଅଧିକାରୀଙ୍କ ପାଇଁ ଚେଲେଞ୍ଜ ସୃଷ୍ଟି କରିଛି ।
Comments are closed.