ଭାରତୀୟ ସୀମାରୁ ଚୀନ୍ ସୈନିକ ଗିରଫ

ନୂଆଦିଲ୍ଲୀ,୯ ।୧: ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ଚକାପଞ୍ଛା ଚାଲିଥିବା ବେଳେ ଲଦାଖରୁ ଆସିଛି ବଡ ଖବର । ଏହା ଭିତରେ ଭାରତୀୟ ସେନା ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାର ପାଖରେ ପାଙ୍ଗୋଙ୍ଗ ଅଞ୍ଚଳରେ ଚଣେ ଚୀନ ସୈନିକଙ୍କୁ ଧରାଯାଇଛି । ସୀମାରେ ବୁଲୁଥିବା ବେଳେ ଚୀନ୍ ସୈନ୍ୟକୁ ଗିରଫ କରାଯାଇଛି । ଚୁସୁଳ ସେକ୍ଟରର ଗୁରୁଙ୍ଗ ଘାଟି ନିକଟରେ ଚୀନ୍ ସୈନିକ ଧରାପଡିଛି । ଚୀନ୍ ସୈନ୍ୟ ଜଣକ ସେଠାରେ କିପରି ପହଞ୍ଚିଲେ, ସେନେଇ ତଦନ୍ତ ଜାରି ରହିଛି । ସୂଚନା ମିଳିଛି ଯେ ଚୀନ୍ ସୈନିକ ଜଣକ ଆଜି ସକାଳେ ହିଁ ଭାରତୀୟ ସୀମାରେ ଦେଖାଯାଇଥିଲା ।

ଅନ୍ୟପଟେ ପଚରାଉଚରା ପରେ ଚୀନ୍ ସୈନିକ କହିଛନ୍ତି ଯେ, ସେ ରାସ୍ତା ଭୁଲି ଚାଲିଆସିଛି । ଏବେବି ଭାରତୀୟ ସୈନିକମାନେ ଚୀନ୍ ଯବାନଙ୍କୁ ପଚରାଉଚରା କରୁଛନ୍ତି । ପଚରାଉଚରାରେ ସନ୍ତୁଷ୍ଟ ହେବା ପରେ ହିଁ ସେହି ସୈନିକକୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ।

ପିପୁଲସ୍ ଲିବରେସନ୍ ଆର୍ମିର ଏହି ସୈନିକ ଶୁକ୍ରବାର ସକାଳେ ଧରାପଡିଥିଲେ। ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ପିଏଲଏ ସୈନିକ ଏଲଏସି ପାର କରି ଏପଟକୁ ଚାଲିଆସିଥିଲେ। ଏହାପରେ ସେହି ଅଞ୍ଚଳରେ ମୁତୟନ ଭାରତୀୟ ସୈନିକ ତାଙ୍କୁ କଷ୍ଟଡିରେ ନେଇଯାଇଥିଲେ।

Comments are closed.