ପରୀ ମାମଲା: ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ
ଭୁବନେଶ୍ୱର, ୫ ।୧: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି କୋର୍ଟ । ଫଳରେ ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟ ଆବେଦନ ଖାରଜ ହୋଇଛି । ଏସଆଇଟିର ନାର୍କୋ ଆନାଲିସିସ ଟେଷ୍ଟ ଅପିଲକୁ କୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି ।
ତେବେ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ହେବାର ସମ୍ଭାବନା ରହିଥିଲା । ସରୋଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗରେ ସରୋଜ ସତ ନା ମିଛ କହୁଛନ୍ତି ଏହାକୁ ନେଇ ନାର୍କୋ ଆନାଲିସିସ ଟେଷ୍ଟ ହେବ ବୋଲି ଚର୍ଚା ହେଉଥିଲା। ଆଜି କୋର୍ଟରେ ଅଭିଯୁକ୍ତର ମାଆ ଓ ଭଉଣୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିଲା । ଅଭିଯୁକ୍ତ ନାବାଳକ ହୋଇଥିବାରୁ ଏସଆଇଟିର ନାର୍କୋ ଟେଷ୍ଟ ଆବେଦନ ଖାରଜ କରିଛନ୍ତି କୋର୍ଟ । ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଛି ।
Comments are closed.