୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୫ ।୧: ଦୁର୍ନୀତି ବିରୋଦ୍ଧରେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଜେଲ ଡିଆଇଜିଙ୍କ ସମେତ ୭ ଜଣଙ୍କୁ ବିଦା କରିଛନ୍ତି ସରକାର । ଦୁର୍ନୀତି ଓ ଅପରାଗତ ଯୋଗୁଁ ୭ ଅଫିସର ବିଦା ହୋଇଛନ୍ତି । ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜଣେ କମାଣ୍ଡାଣ୍ଟ, ଜଣେ ଡିଏସପି, ଜଣେ ଡେପୁଟି କମାଣ୍ଡାଣ୍ଟ, ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ବିଦା ହୋଇଛନ୍ତି ।

ତେବେ ଜେଲ ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କୁ ଚାକିରିରୁ ବିଦା କରିଛନ୍ତି ସରକାର । ସେ ଜେଲ ୱାର୍ଡର ଚୟନ କମିଟିର ମୁଖ୍ୟ ଭାବେ ପଦବୀର ଅପବ୍ୟବହାର କରିଥିଲେ । ଅନ୍ୟପଟେ ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି । ୩୦ ଡିସେମ୍ବରରେ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

 

Comments are closed.