ଆଉ କମିବନି ପିଲାଙ୍କ ସିଲାବସ୍ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୫ ।୧ : ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ପିଲାଙ୍କ ପାଠପଢାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ‘ ପିଲାଙ୍କ କୋଭିଡ୍ ଟେଷ୍ଟ ହେବା ନିଷ୍ପତ୍ତି ହୋଇନି । ସ୍ୱାସ୍ଥ୍ୟ ବିଭାଗ କହିଲେ କୋଭିଡ୍ ଟେଷ୍ଟ କରିବୁ । ସିଲାବସ ୩୦ ପ୍ରତିଶତ କମିଛି, ଆଉ କମିବ ନାହିଁ । ଗୋଟିଏ କ୍ଲାସ ରୁମରେ ୨୦ରୁ ୨୫ ପିଲା ପଢିବେ । ଅଧିକ ପିଲା ଥିଲେ ସେକ୍ସନ ସଂଖ୍ୟା ବଢାଯିବ । ପ୍ରଥମରୁ ନବମ ଶ୍ରେଣୀ ଯାଏଁ କ୍ଲାସ ହେଉନି । ପିଲାଙ୍କୁ ୧୦୦ ଦିନ ପାଠପଢାର ଆବଶ୍ୟକତା ରହିଛି । ରବିବାର ପାଠପଢା ନହେଲେ ୧୦୦ ଦିନ ହେବନି । ୧୦୦ଦିନ କମ୍ ପଡୁଥିବାରୁ ପିଲାମାନେ ଦୁଃଖରେ ଅଛନ୍ତି । ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ ।
ତେବେ ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛି । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି । ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ସମୀର କହିଛନ୍ତି ।
Comments are closed.