ବ୍ରିଟେନକୁ ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ, ୫ା୧ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବଢ଼ିବାରେ ଲାଗିଛି । ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ଚିନ୍ତା ବଢିଛି । ତେଣୁ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଆଜିଠାରୁ ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି।

ଲକଡାଉନ୍ ସମୟରେ ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଜନସାଧାରଣ କେବଳ ଜରୁରୀକାଳିନ ସ୍ଥିତିରେ ଘରୁ ବାହାରି ପାରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ଉପରେ କଟକଣା ଜାରି କରାଯାଇଛି । କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ସେଥିପାଇଁ ହୋଟେଲ, ବାର, ରେଷ୍ଟୁରାଷ୍ଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ନିୟମ କଡ଼ାକଡ଼ି କରାଯାଇଛି । ତଥାପି ଏଠାରେ କରୋନାର ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ବ୍ୟାପିବାରେ ଲାଗିଛି । ଆଗକୁ ଆହୁରି କଠିନ ପରିସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ସୂଚନା ଦେଇଛନ୍ତି ।

Comments are closed.