ଜାନୁଆରୀ ୬ରୁ ବଢିଯିବ ରେଳ ଭଡା, ଜାଣନ୍ତୁ ଆପଣଙ୍କ ସହର ପାଇଁ କେତେ?
ନୂଆଦିଲ୍ଲୀ, ୪ ।୧: କରୋନା ସଙ୍କଟ ଯୋଗୁଁ ଅନେକ ଦିନ ଧରି ବନ୍ଦ ପଡିଥିବା ଟ୍ରେନ୍ ଗୁଡିକ ଧିରେ ଧିରେ ନିଜ ଯାତ୍ରା ଆରମ୍ଭ କଲାଣି । କିନ୍ତୁ ପୂର୍ବ ଅପେକ୍ଷା ଏବେ ରେଳଯାତ୍ରା କରିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଖାସ୍ କଥା ହେଉଛି ଯେ, ଏବେ କବଳ ସଂରକ୍ଷଣ କରିଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ । ଯେଉଁମାନଙ୍କ ପାଖରେ ସଂରକ୍ଷଣ ନଥିବ, ସେମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ ।
ତେବେ ଜାନୁଆରୀ ୬ ତାରିଖରୁ ରେଳ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଆରମ୍ଭ କରିବାକୁ ଘୋଷଣା କରାଯାଇଛି । ରେଳରେ ଯାତ୍ରୀମାନଙ୍କ ଭିଡ କମାଇବା ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ଯେତେଦୂରକୁ ବି ଯାତ୍ରା କରିବାକୁ ଚାହୁଁଥିଲେ, ସେମାନଙ୍କୁ ଟିକଟ୍ ସଂରକ୍ଷଣ କରିବାକୁ ପଡିବ । ଏହି ସଂରକ୍ଷଣ ବ୍ୟବସ୍ଥା ଅନଲାଇନ ମାଧ୍ୟମରେ ହେବ ବୋଲି ଜଣାପଡିଛି । ଜାନୁଆରୀ ୬ରୁ ରେଳ ଭଡା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଟିକଟର ଦାମରେ ସଂରକ୍ଷଣ ମୂଲ୍ୟ ୧୫ ଟଙ୍କା ସାମିଲ କରାଯାଇଛି । ଅର୍ଥାତ ଯାହାର ମୂଲ୍ୟ ୪୫ ଟଙ୍କା ଥିଲା, ତାହା ଏବେ ୫୫ ଟଙ୍କା ହୋଇଛି ।
Comments are closed.