ମନ୍ଦିର ପରିସରରେ ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର, ସନ୍ତୋଷ କୁମାର ଶତପଥି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ଭାଲୁ । ଗତକାଲି ରାତି ପ୍ରାୟ 10 ଘଣ୍ଟା ସମୟରେ ତେନ୍ତୁଳିଖୁଣ୍ଟି ସ୍ଥିତ ତାରିଣୀ ମନ୍ଦିର ପରିସରରେ ଏକ ଭାଲୁ ବୁଲୁଥୁବା ଦେଖିବାକୁ ମିଳିଛି l ଭାଲୁଟି ଗ୍ରାମର ମାଳି ସାହି ରେ ଥିବା ତାରିଣୀ ମନ୍ଦିର ପାଚେରୀ ଡେଇଁ ମନ୍ଦିର ବେଡା ମଧ୍ୟରେ ବୁଲୁଥୁବା କିଛି ଲୋକ ଦେଖିବାକୁ ପାଇଥିଲେ l ଏହାପରେ ଭାଲୁଟି ଭତରା ସାହି ମଧ୍ୟରେ ପଶି ପୁଣି ଧାନ ଜମି ଦେଇ କେଉଁଆଡେ ଚାଲି ଯାଇଥିଲା l ଭାଲୁଟି କାହାର କିଛି କ୍ଷତି କରିନଥିଲେ ହେଁ ପ୍ରତାକ୍ଷ୍ୟଦର୍ଶୀ ଭୟଭୀତ ହୋଇ ରହିଥିଲେ l ତେବେ ଭାଲୁଟି ମନ୍ଦିର ପାଚେରୀ ଡେଇଁ ଆସି ମନ୍ଦିର ଭିତରେ ପଶିବାକୁ ଚେଷ୍ଟା କରୁଥିଲା । ତେବେ ମନ୍ଦିର ଗ୍ରିଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ପରେ ଦୁଇ ଗୋଡ଼ରେ ଛିଡା ହୋଇ କିଛି ଖାଦ୍ୟ ଖୋଜୁଥିବା ଦେଖିବାକୁ ମିଳିଛି । ଭାଲୁଟି ଖାଦ୍ୟ ଅନ୍ୱେଷଣ ରେ ମନ୍ଦିର ପରିସରରେ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି l ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ବନ୍ୟ ଜନ୍ତୁଙ୍କ ଖାଦ୍ୟଭାବ ଦେଖା ଦେବା କାରଣ ରୁ ଭାଲୁ ମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି । ଅପର ପକ୍ଷରେ ଗତ କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକ ର ଅନେକ ଗ୍ରାମରେ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଭାଲୁ ମାନେ କାହାର କିଛି କ୍ଷତି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଲାଗି ରହିଛି । ବନବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି l

Comments are closed.