ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇ ଚର୍ଚ୍ଚାରେ କନିଷ୍ଠ ସହକାରୀ ଯନ୍ତ୍ରୀ ସମୀର ଦାସ

ମାଲକାନଗିରି, ଅପୁର୍ବ ଥଣ୍ଡର : ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସମୀର ଦାସ । ୨୦୧୭ ମସିହାରୁ କାଲିମେଳାରୁ ବଦଳି ହୋଇ ଆସିଥିଲେ ଯନ୍ତ୍ରୀ ସମୀର ଦାସ। ଦୀର୍ଘ ଚାରି ବର୍ଷ ଭିତରେ ମନରେଗା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇ ଏବେ ଚର୍ଚ୍ଚାରେ ଯନ୍ତ୍ରୀ । ଖଇରପୁଟ, ଗୋବିନ୍ଦାପଲ୍ଲୀ, କଦମଗୁଡା ଓ ମାଡ଼କାପଦର ଏହି ୪ଟି ପଞ୍ଚାୟତ ଦାଇତ୍ୱରେ ଅଛନ୍ତି ଯନ୍ତ୍ରୀ ସମୀର ଦାସ । ଚାରି ବର୍ଷରୁ ଆଜି ଯାଏଁ ମନରେଗା କାମ ଉକ୍ତ ପଞ୍ଚାୟତ ଗୁଡିକରେ ୬୦ ପ୍ରତିଶତରୁ ଅଧିକ କାମ ହୋଇଛି । ସେହି ଭଳି ବିଭିନ୍ନ ଉନ୍ନୟନମୂଳକ ତଥା ଆବାସ ଯୋଜନାର ଘର ନିଜ ଟାର୍ଗେଟ ଅନୁସାରେ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ଜଣା ପଡ଼ିଛି । ଅନ୍ୟପଟେ ମାଡ଼କାପଦର ପଂଚାୟତଟି ମଧ୍ୟ ମାଓ ଉପଦୃତ ଅଞ୍ଚଳ ହୋଇଥିବାରୁ ଏହି ପଞ୍ଚାୟତକୁ ବିଶେଷ ଫୋକୋସରେ ରଖି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗକୁ ବଢ଼ିଇଛନ୍ତି ଯନ୍ତ୍ରୀ ସମୀର ଦାସ । କିଛି ଦିନ ତଳେ ୨୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଟାଙ୍ଗିନୀଗଦନା ପୋଲ ନିର୍ମାଣ କରି ୫ ଟି ଗ୍ରାମ ଯାତାୟାତର ବାଟ ଫିଟାଇଥିବା କହିଛନ୍ତି ଖଇରପୁଟ ବିଡିଓ ହୃଦାନନ୍ଦ ସାହୁ । ପୂର୍ବରୁ କୋଭିଡ ସମୟରେ ଅସହାୟଙ୍କୁ ସହାୟତା ତଥା ଲକଡାଉନରେ ଫସିଥିବା ଲୋକଙ୍କୁ ଖାଇବା ଦେଇ ଚର୍ଚ୍ଚା ରେ ଆସିଥିଲେ ଯନ୍ତ୍ରୀ ସମୀର ଦାସ।

Comments are closed.