ପୁରୀ ପାଇଁ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୁରୀ : ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜାଗା ଚିହ୍ନଟ କରିସାରିଛନ୍ତି । ଧାର୍ମିକ ପର୍ଯ୍ୟଟନ ଓ ଆର୍ଥିକ କାରବାର ପାଇଁ ପୁରୀ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏଠାରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପୁରୀରେ ଶ୍ରୀଜଗନ୍ନାଥଙ୍କ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ଶ୍ରୀଜଗନ୍ନାଥଙ୍କ ନାଁରେ ବିମାନ ବନ୍ଦର କରିବାକୁ ସୁପାରିସ ଦିଆଯାଇଛି ।

ତେବେ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେବା ଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବିଶେଷ ଉପକୃତ ହେବେ । ଯାତାୟତକୁ ନେଇ ସେମାନଙ୍କୁ ଆଉ କିଛିବି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Comments are closed.