କୋରନା ସଚେତନତାକୁ ଜରୁରୀ କାଳୀନ ବୈଠକ
କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ନର୍ଲା ବ୍ଲକ ଅନ୍ତର୍ଗତ ମଣ୍ଡେଲ ଗ୍ରାମ ପଞ୍ଚାୟତ ଠାରେ କରୋନା ସଚେତନତାର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋରନା COVID-୧୯ ରୋଗ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ଏହାଠାରୁ ଦୂରେଇ ରହିବାପାଇଁ ସତର୍କ ଓ ସଚେତନତାର ଆବଶ୍ୟକତା ରହିଛି । ଏହି ବୈଠକରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନତା କରିବା ସହିତ ହାତ ଧୋଇବା, ଅନ୍ୟ ଠାରୁ ନିଜକୁ ଏକ ମିଟର ଦୁରତାରେ କଥାବାର୍ତ୍ତା ହେବା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା, ହାତ ସଫା ନକରି ଆଖି, ନାକ, ପାଟିକୁ ସ୍ପର୍ଶ ନକରିବା, ହାତ ନ ମିଳେଇ ନମସ୍କାର ହେବା ଇତ୍ୟାଦି ବାର୍ତା ଦିଆଯାଇଥିଲା । ଆମେ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ କିପରି ସଚେତନ କରାଇବା, ଉକ୍ତ ବୈଠକର ମୁଳ ଉଦ୍ଧେଶ୍ୟ ଥିଲା । ଉକ୍ତ ବୈଠକରେ ମାଣ୍ଡେଲଗ୍ରାମ ପଂଚାୟତର ସରପଞ୍ଚ ମନୋରମା ବାରିକ, ସମିତି ସଭ୍ୟ ଗାୟତ୍ରୀ ରଣା, ଗ୍ରାମ ରୋଜଗାର ସେବକ ଅୟୁସମାନ ବୁଦ୍ଧିଆ, ଜୁନିୟର ଇଂଜିନିୟର ଜୟଶ୍ରୀ ସନ୍ଧ୍ୟା, ନର୍ଲା ବ୍ଲକ ବିଜୁ ଯୁବ ବାହୀନର ଯୁବ ସଂଜଯୋକ ହେମସାଗର ସାହୁ , ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ମାଣ୍ଡେଲ ବିଜୁ ଯୁବ ବାହୀନିର ସଭାପତି ପ୍ରମୋଦ ସେନାପତି ସହ ସମସ୍ତ ସ୍ୱେଚ୍ଛାସେବୀ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ସଚେତନତା ବାର୍ତା ଦେଇଥିଲେ । ସେହିପରି ନର୍ଲା ବ୍ଲକର ଦୁଇ ଗୋଟି ରେଳ ଷ୍ଟେସନ ନର୍ଲା ରୋଡ ଓ ରୁପ୍ରାରୋଡ଼ ଠାରେ ମଧ୍ୟ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ରେଳ ଷ୍ଟେସନରେ ରହି ନିଜ ଅଞ୍ଚଳରୁ ବାହାର ରାଜ୍ୟକୁ ଯାଇଥିବା ଯାତ୍ରୀ ମାନଙ୍କୁ କରୋନା ଭୁତାଣୁ ସମ୍ପର୍କରେ ସଚେତନକରାଇଥିଲେ ।
Comments are closed.