ଡ୍ରୋନ୍ ସାହାଯ୍ୟରେ ହୋଇପାରେ ଆକ୍ରମଣ

ନୂଆଦିଲ୍ଲୀ- ଆସନ୍ତା ଅଗଷ୍ଟ ୧୫ତାରିଖକୁ କୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରି ଦିଆଯାଇଛି । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟ ଏକ ଡ୍ରୋନ ଉଡୁଥିବାର ଦେଖି କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ । ଡ୍ରୋନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ ଆର୍ କେ ପୁରମ୍ ସ୍ଥାନରେ ପ୍ରାୟ ୨ହଜାର ଫୁଟ ଉପରେ ଉଡୁଥିବାର ଜଣାପଡିଛି । ଏହା କୌଣସି ସାଧାରଣ ଡ୍ରୋନ୍ ନୁହେଁ ଏବଂ ଏଥିରେ ବିସ୍ଫୋରକ ଦ୍ୱାରା ବିମାନକୁ ଟାର୍ଗେଟ କରାଯାଉଛି ବୋଲି ବଶେଷଜ୍ଞମାନେ ସର୍ତକ ସୂଚନା ଦେଇଛନ୍ତି ।

Comments are closed.