ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ଆଜି ହେଉଛି ମହାପ୍ରଭୁଙ୍କର ପ୍ରବିତ୍ର ସୁନାବେଶ, ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ରୂଢ ହୋଇଛନ୍ତି ରଥ ସମ୍ମୁଖରେ । ୫ଟାରୁ ୬ଟା ଭିତରେ ସୁନାବେଶର ସମୟ ରହିଥିଲା ପରନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ରତ୍ନ ଅଳଙ୍କାରରେ ସଜ୍ଜିତ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଇଛନ୍ତି ଭକ୍ତମାନଙ୍କୁ । ଭଣ୍ଡାର ଘରୁ ଆସିଥିବା ସୁନା ଯଥା- ସୁନାର କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ୟ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ଦ୍ୱାରା ମହାପ୍ରଭୁଙ୍କୁ ସଜ୍ଜା ଯାଇଛି । ଏନେଇ ବଡଦାଣ୍ଡର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ରାତି ୮ଟାରୁ ୯ଟା ସନ୍ଧ୍ୟାଧୂପ , ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତି ୧୦ଟାରୁ ୧୧ଟା ସୁନାବେଶ ମଇଲମ, ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ୧୨ଟା ୪୫ରେ ମଇଲମ, ରାତି ଗୋଟାଏରେ ମହାସ୍ନାନ ପୂଜା, ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ, ଗୋଟାଏ ୪୦ରେ ମହାସ୍ନାନ ଶେଷ, ଗୋଟାଏ ୫୦ରେ ମଇଲମ, ୨ଟା ୧୦ରେ ଚନ୍ଦନ ଲାଗି, ୩ଟାରେ ବଲ୍ଲଭ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଲ୍ଲଭ ବଡ଼ସିଂହାର ଭୋଗ, ଭୋର ୪ଟାରେ ହରିଶୟନ ନୀତି ଓ ରାତ୍ର ପହୁଡ଼ ନୀତି ସଂପନ୍ନ ହେବ ।
ଏହା ସହ ଆସନ୍ତାକାଲି ଅଧରପଣା ଓ ଗରୁଡ଼ ଶୟନ ନୀତିର କାର୍ଯ୍ୟକ୍ରର୍ମ ଆରମ୍ଭ ହେବ ।
Comments are closed.