ନିର୍ବାଚନ ଲଢିବି ନାହିଁ କାହିଁକି ଏମିତି କହେ ମେହବୁବା ମୁଫ୍‌ତି

ବେଙ୍ଗାଲୁରୁ: ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ପୁଣି ଫେରାଇ ଅଣା ନ ଯିବା ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଆଜି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ପିଡିପି’ର ମୁଖ୍ୟ ମେହବୁବା ମୁଫ୍‌ତି ଆଜି ବେଙ୍ଗାଲୁରୁରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ଫାଶୀବାଦୀ, ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ‘ବିଜେପି’କୁ ପରାସ୍ତ କରି ସମଗ୍ର ଦେଶ ପାଇଁ ଆଶା ସଞ୍ଚାର କରିଥିବାରୁ ସେ କର୍ଣ୍ଣାଟକବାସୀଙ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ, ଦିଲ୍ଲୀରେ ଚାଲିଥିବା ବ୍ୟାପାର ବିଷୟ କହି ସେ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଦେଶର ଯେକୌଣସି ପ୍ରାନ୍ତରେ ଏମିତି ଘଟିପାରେ, ତେଣୁ ଜାଗ୍ରତ ରହିବା ଉଚିତ।

ପ୍ରଶାସନିକ ସେବା ଉପରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିବା ପ୍ରସଙ୍ଗ‌ରେ ସେ ଉପରୋକ୍ତ କଥା କହିଛନ୍ତି। ସେ କହିଛନ୍ତି, କ‌ୌଣସି ବିରୋଧୀ ଦଳ ରଖାଇ ଦେବାକୁ ‘ବିଜେପି’ ଚାହୁଁନାହିଁ। ଦିଲ୍ଲୀ ସରକାରଙ୍କୁ କ୍ଷମତାହୀନ କରାଯାଉଛି। ସମସ୍ତଙ୍କ କ୍ଷେତ୍ରରେ ଏମିତି ଘଟିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ରାଜ୍ୟରେ ଧାରା ୩୭୦ ପୁନଃସଂସ୍ଥାପନା କରା ନ ଯିବା ପର୍ଯ୍ୟନ୍ତ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ।

Comments are closed.