ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା: କଟକରେ ସ୍କୁଲ ବନ୍ଦ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହେଇଥିବା ଲଘୁଚାପ ବିଷୟରେ ଆଗରୁ ଭୁବନେଶ୍ୱର ପାଣିପାଗ ବିଭାଗ ସର୍ତକ ସୂଚନା ଜାରି କରିଥିଲା । ଯାହାଦ୍ୱାରା ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏଥିରେ ସର୍ବତ୍ର ଜଳାର୍ଣ୍ଣବ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉପରେ କୃତିମ ବନ୍ୟା ସୃଷ୍ଟି ହୋଇ ବସ୍, କାର ଆଜି ଫସି ରଖିଛି । ଏନେଇ କଟକରେ ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଏହାସହ ମାଛକୁଣ୍ଡ ଜଳଭଣ୍ଡାରରେ ବିପଦ ସଂକେତ ୯୦ ଫୁଟ, ଜଳସ୍ତର ୮୯.୨ ଫୁଟ ଥିବାରୁ ପ୍ରଥମ ଥର ପାଇଁ ଏଥିରୁ ୨ଟି ଗେଟ୍ ଖୋଲାଯାଇଛି ।

Comments are closed.