ବୃକ୍ଷାରୋପଣ କରି ଜନ୍ମଦିନ ପାଳିଲେ ସଞ୍ଜିବ

ଜନ୍ମ ଦିନକୁ ଆଡମ୍ବରପୂର୍ଣ୍ଣ କରିବା ପାଇଁ କିଏ ପାର୍ଟି କରନ୍ତି ତ ଆଉ କେହି ବିଭିନ୍ନ ଯାଗାକୁ ପରିଭ୍ରମଣ କରିଥାନ୍ତି । ପରନ୍ତୁ ନବରଙ୍ଗପୁରର ସଞ୍ଜିବ ସୁବୁଦ୍ଧି ନାମକ ଏକ ସ୍ୱେଚ୍ଛାସେବୀ ନିଜ ଜନ୍ମଦିନରେ ପରିବେଶକୁ ଦୃଷ୍ଟିରେ ରଖି ବୃକ୍ଷରୋପଣ କରିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ସଂପୃକ୍ତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟମାନଙ୍କରେ ପ୍ରାୟ ୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ସଞ୍ଜିବଙ୍କ ଏପରି ଚିନ୍ତାଧାରାରେ ଅନ୍ୟାନ୍ୟ ଯୁବପିଢିମାନେ ବେଶ୍ ପ୍ରଭାବିତ ହେବା ସହ ବୃକ୍ଷରୋପଣ ପ୍ରତି ଗୁରୁତ୍ୱ ଦେଇଛନ୍ତି ।

Comments are closed.