୨୦ ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାହକଙ୍କ ସହ ଜାରି ରହିଛି ‘ଆମର ମ୍ୟୁଜିକ’ ର ଜୟଯାତ୍ରା
ଭୁବନେଶ୍ୱର: ସଙ୍ଗୀତ ସବୁବେଳେ ସମସ୍ତଙ୍କର ପ୍ରିୟ। ଆଜିର ଏଇ ଡିଜିଟାଲ ଦୁନିଆରେ ତାଳ ଦେଇ ୨୦ ଲକ୍ଷରୁ ଅଧିକ ଗ୍ରାହକ ସୃଷ୍ଟି କରି ଓଡ଼ିଶାର ଡିଜିଟାଲ ସଙ୍ଗୀତ କ୍ଷେତ୍ରରେ ‘ଆମର ମ୍ୟୁଜିକ’ ତାର ଜୟଯାତ୍ରା ଜାରି ରଖିଛି। ଏହି ଅବସରରେ ଏହି ସଫଳତାର ଶ୍ରେୟ ସମସ୍ତ ସହଯୋଗୀ ତଥା ଗ୍ରାହକମାନଙ୍କର ବୋଲି ଆମର ମ୍ୟୁଜିକର ଡିଜିଟାଲ ହେଡ ସୁରଜ ମହୋନତ,ପରିଚାଳକ ଦେବାଶିଷ ପଣ୍ଡା ଓ ନବୀନ ଭଣ୍ଡାରି ପ୍ରମୁଖ ମତବ୍ଯକ୍ତ କରିଛନ୍ତି।
ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବଛା ବଛା ସଙ୍ଗୀତ ପରଷି, ‘ଆମର ମ୍ୟୁଜିକ’ ରାଜ୍ୟର ମନୋରଞ୍ଜନ ଦୁନିଆରେ ମାଇଲ୍ ଖୁଣ୍ଟ ସ୍ଥାପନ କରିବାରେ ସଫଳ ହୋଇଛି। କେବଳ ଚଳଚ୍ଚିତ୍ର ସଙ୍ଗୀତ ନୁହେଁ, ଆଗାମୀ ଦିନରେ ଓଡ଼ିଶାର ପାରମ୍ପାରିକ ଲୋକ ସଙ୍ଗୀତର ସ୍ରୋତକୁ ବଜାୟ ରଖିବା ପାଇଁ ମଧ୍ଯ ଆମର ମ୍ୟୁଜିକ୍ ନିରନ୍ତର ଭାବରେ ପ୍ରୟାସ ଜାରି ରଖିଛି। ସଙ୍ଗୀତର ଏହି ଯାତ୍ରାରେ, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସ୍ବୟଂ ପାଢ଼ୀ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ଯା ନନ୍ଦ, ଅମ୍ରିତା ନାୟକ ପରି ଆଗଧାଡ଼ିର କଣ୍ଠଶିଳ୍ପୀମାନେ ଆମର ମ୍ୟୁଜିକ୍ ସହ ଯୋଡ଼ି ହୋଇ ରହିଛନ୍ତି।ଏହା ସହ ଆଗାମୀ ଦିନରେ ଅନେକ ନୂଆ ସ୍ୱରକୁ ସୁଯୋଗ ଦେଇ ଓଡ଼ିଶାର ସଙ୍ଗୀତ ଜଗତରେ ଆମର ମ୍ୟୁଜିକ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି।
Comments are closed.