ୱାଇଏସ୍‌ଆର୍‌ଟିପି ମୁଖ୍ୟ ୱାଇ ଏସ୍ ଶର୍ମିଲାଙ୍କ ଉଠାଇନେଲା ପୋଲିସ

ଅମରାବତୀ:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର୍‌ଟିପି ମୁଖ୍ୟ ୱାଇ ଏସ୍ ଶର୍ମିଲାଙ୍କ ପାଇଁ ଅଡୁଆ ସାଜିଛି ପ୍ରତିବାଦ। ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ବିରୋଧରେ ଶର୍ମିଲାଙ୍କୁ ଆନ୍ଦୋଳନ କରିବାକୁ ଦେଉନି ପୁଲିସ।

ଶନିବାର ରାତିରେ ପୁଲିସ ଆମରଣ ଅନଶନରେ ବସିଥିବା ୱାଇ ଏସ୍ ଶର୍ମିଲାଙ୍କ ଅନଶନଙ୍କୁ ଭାଙ୍ଗିଛି। ଏଥିସହ ତାଙ୍କୁ ଅନଶନ ସ୍ଥଳରୁ ଉଠାଇ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ରାଜ୍ୟବ୍ୟାପୀ ‘ପଦଯାତ୍ରା’ ଜାରି ରଖିବାକୁ ଅନୁମତି ନ ମିଳିବାରୁ ଶୁକ୍ରବାରଠାରୁ ଦଳର ମୁଖ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିବା ଶର୍ମିଲାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା।

Comments are closed.