ଗୁଜୁରାଟ ନିର୍ବାଚନ ହାରିବା ପରେ ଆପକୁ ଦୋଷ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଆମ ଆଦମୀ ପାର୍ଟିର ବଡ଼ ଭୂମିକା ରହିଛି। ଆପ୍‌ ଯେଉଁ ଭଳି ଭାବେ ଉତ୍ସାହର ସହ ନିର୍ବାଚନ ଲଢ଼ିଲା କଂଗ୍ରେସ ସେହି ଭଳି ଲଢ଼ି ନାହିଁ। କିନ୍ତୁ ଆପ୍‌ କେବଳ ଳୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ଗେହଲଟ ମଧ୍ୟ ଗୁଜରାଟ କଂଗ୍ରେସ ଦାୟିତ୍ୱରେ ଅଛନ୍ତି। ସେ କହିଛନ୍ତି ଯେ, ଆପ ସବୁଠି ମିଛ କହୁଛି। ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ଦଳକୁ ବହୁ କ୍ଷତି ପହଞ୍ଚାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର ପାଇଁ ବିଜେପି ସେଠାରେ ବିରାଟ ବିଜୟର ଫାଇଦା ପାଇଥିବା ଗେହଲଟ କହିଛନ୍ତି । ପ୍ରଧାନମନ୍ତ୍ରୀ ତିନିମାସ ଲଗାତାର ପ୍ରଚାର କରିଥିଲେ। ଅନେକ ସମାବେଶ କରିଥିଲେ। ତେବେ କଂଗ୍ରେସ ପ୍ରଚାର ଅଭିଯାନରେ ବହୁ ପଛରେ ଥିବା ଗେହଲଟ ସ୍ୱୀକାର କରିଛନ୍ତି। ସେହିପରି କଂଗ୍ରେସ ନିର୍ବାଚନରେ ସେତେ ପରିମାଣରେ ଟଙ୍କା ଖର୍ଚ୍ଚ କରିନପାରିନି। ନିର୍ବାଚନ ବଣ୍ଡ ଏକ ବଡ଼ ଘୋଟାଲା ହୋଇଛି ।

କଂଗ୍ରେସକୁ ଦାନ କରୁଥିବା ଲୋକଙ୍କୁ ଧମକ ଦିଆଯାଉଥିବାରୁ ବିଜେପି ଏହା ମାଧ୍ୟମରେ ଏକପାଖିଆ ଅର୍ଥ ପାଇଥାଏ।। ଗେହଲଟ କହିଛନ୍ତି ଯେ, ୨୦୧୭ରେ ଆପ ଗୁଜରାଟରେ ଅମାନତ ହରାଇଥିଲା। କିନ୍ତୁ ଚଳିତ ବର୍ଷ ଆପ୍ ଏଠାରେ ଖାତା ଖୋଲିଛି। କିନ୍ତୁ ଆପ୍ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଛି। ଲୋକେ ତାଙ୍କ ଉଦ୍ଦେଶ୍ୟ ବୁଝିସାରିଲେଣି ବୋଲି ଗେହଲଟ କହିଛନ୍ତି । ଗୁଜରାଟରେ ଅପରାଜେୟ ରହିଛି ବିଜେପି । କେବଳ ଅପରାଜେୟ ରହିନି ଏଥରର ବିଧାନସଭା ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି ।

Comments are closed.