ତାଜମଲର ଉପରେ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ପୂରାତନ ଐତିହ୍ୟ ତାଜମହଲ ନିର୍ମାଣ ସମ୍ପର୍କରେ ଇତିହାସରେ ଭୁଲ ତଥ୍ୟ ପଢ଼ାଯାଉଛି। ଏହି ଭୁଲ ତଥ୍ୟକୁ ଇତିହାସ ପୃଷ୍ଠାରୁ ହଟାଯିବା ନେଇ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ଜଷ୍ଟିସ୍ ଏମ୍ ଆର ଶାହା ଏବଂ ସି ଟି ରବିକୁମାରଙ୍କ ଖଣ୍ଡପୀଠ ଶୁଣାଣି କରି ଆବେଦନକାରୀଙ୍କୁ କହିଛନ୍ତି ଯେ, ଭାରତୀୟ ପ୍ରତ୍ନତ୍ୱ ବିଭାଗକୁ ନିକଟରେ ନିଜର ପ୍ରତିନିଧିତ୍ୱ ରଖିବାକୁ ନିବେଦନ କରନ୍ତୁ। କୌଣସି ଅନୁସନ୍ଧାନ ପାଇଁ ପିଆଇଏଲ ଉର୍ଦ୍ଦିଷ୍ଟ ନୁହଁ। ଆମେ ଏଠାରେ ଇତିହାସର ପୁନରଉନ୍ମୋଚନ ପାଇଁ ନାହୁଁ। ଯାହା ଇତିହାସ ଅଛି ତାହା ଜାରି ରହୁ। ଏ ସମ୍ପର୍କରେ ହୋଇଥିବା ରିଟ୍ ପିଟିସନକୁ ଖାରଜ କରାଯାଇଛି। ତେବେ ଏଏସଆଇ ପାଖରେ ନିଜର ପ୍ରତିନିଧିତ୍ୱ ରଖିବାକୁ ସର୍ବୋଚ୍ଚ ନ୍ୟାଳୟ ଆବେଦନକାରୀଙ୍କୁ ଅଧିକାର ଦେଇଛନ୍ତି।

ଆମେ ଏ ବିଷୟରେ କିଛି କହିପାରିବୁ ନାହିଁ ବୋଲି ଅଦାଲତ କହିଛନ୍ତି । ସୁରଜିତ୍ ସିଂହ ଯାଦବ ନାମକ ଜଣେ ଆବେଦନକାରୀ ଏହି ଆବେଦନ କରିଥିଲେ। ତାଜମହଲ ନିର୍ମାଣ ସମ୍ପର୍କରେ ଆମ ଟେକ୍ସଟ ବହିରେ ଭୁଲ ତଥ୍ୟ ପଢ଼ାଯାଉଛି। ଏହି ଭୁଲ ତଥ୍ୟକୁ କେନ୍ଦ୍ର ସରକାର ହଟାଇବା ପାଇଁ ସୁପ୍ରିମକୋର୍ଟକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦର୍ଶାଇଥିଲେ। ସେହିପରି ତାଜମହଲର ବୟସ କେତେ ସେ ସମ୍ପର୍କରେ ଏସଆଇ ଅନୁଧ୍ୟାନ କରିବାକୁ ଆବେଦନରେ ଦର୍ଶାଥିଲେ।

Comments are closed.