ଆପଣଙ୍କ ସହ ହେଉଛି କି ଏମିତି କରନ୍ତୁ ନାହିଁ ଅଣ ଦେଖା
ଫ୍ରୋଜନ ସୋଲଡରର ସଙ୍କେତ ଓ ଲକ୍ଷଣ ଧିରେ ଧିରେ ଆରମ୍ଭ ହୋଇଥାଏ ଏବଂ ସମୟ ସହ ହିଁ ଏହି ଯନ୍ତ୍ରଣା ବହୁତ ବଢ଼ିଯାଏ । କାନ୍ଧର ଯନ୍ତ୍ରଣାକୁ ଦୀର୍ଘ ଦିନ ଯାଏ ଅଣଦେଖା କଲେ ଫ୍ରୋଜନ ସୋଲଡରର ବିପଦ ବଢ଼ିଯାଏ । ଏହା ସାଧାରଣତଃ କୌଣସି ସର୍ଜରୀ ବା ଆଘାତ ଲାଗିବା କାରଣରୁ ହୋଇଥାଏ । ଫ୍ରୋଜନ ସୋଲଡର ବିଷୟରେ ଦର୍ଶାଇବାକୁ ଯାଇ ଜଣେ ମହିଳା କହିଛନ୍ତି କି , ତାଙ୍କର ଜଣେ ବନ୍ଧୁଙ୍କୁ ଖସି ପଡ଼ି ଥିବା କାରଣରୁ କାନ୍ଧରେ ଖୁବ୍ ଯନ୍ତ୍ରଣା ହେଉଥିଲା । ଏମିତି ବି ମହିଳାଙ୍କର କାନ୍ଧରେ ଯନ୍ତ୍ରଣା ହେବା ଖୁବ୍ ସାଧାରଣ , ଯାହା ସୋଲଡରରେ ଆଘାତ ଲାଗିବା କାରଣରୁ ହୋଇଥାଏ । ହେଲେ ଏବେ ବି ଲୋକେ ଏହା ଜାଣି ନଥାନ୍ତି କି ଏହାକୁ କେମିତି ଠିକ୍ କରିବେ।
ସାଧାରଣତଃ ଫ୍ରୋଜନ ସୋଲଡରର ସମସ୍ୟାର ସାମନା ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ। ମହିଳାଙ୍କୁ ଏହି ସମସ୍ୟା ସାମ୍ନା ଅଧିକ କରିବାକୁ ପଡ଼ିଥାଏ ।
ଫ୍ରୋଜନ ସୋଲଡରର ସମସ୍ୟା ହେବା ପରେ କାନ୍ଧର ମାଂସପେଶୀରେ ବହୁତ ଅଧିକ ଅସୁବିଧା ଅନୁଭବ ହୋଇଥାଏ । ଯାହାର ମୁଖ୍ୟ ଲକ୍ଷଣ କାନ୍ଧରେ ଯନ୍ତ୍ରଣା ହେବା ଓ ଠିକ୍ ଭାବେ କାମ ନକରିବା। ଫ୍ରୋଜନ ସୋଲଡରର କାରଣ ବ୍ୟକ୍ତିଙ୍କୁ ନିଜର ପ୍ରତିଦିନ କାମ କରିବାରେ ବହୁତ ଅସୁବିଧା ହୋଇଥାଏ। ଏଥିରେ ଅନେକ ଥର ଚିକିତ୍ସାରେ ବି ସମସ୍ୟା ଆସିଥାଏ ।
ଡାଇବେଟିସ୍ର ରୋଗୀଙ୍କ ଠାରେ ଫ୍ରୋଜନ ସୋଲଡରର ସମସ୍ୟା ୧୦ ରୁ ୨୦ ପ୍ରତିଶତ ହୋଇଥାଏ ଏବଂ ଦୁଇ କାନ୍ଧରେ ଏହାର ଲକ୍ଷଣ ଜଣାପଡ଼ିଥାଏ ।ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳି ନଥାଏ । ଏଥିପାଇଁ ବହୁତ ସମୟ ଲାଗିଥାଏ
ଫ୍ରୋଜନ ସୋଲଡରର ଲକ୍ଷଣ – ଫ୍ରୋଜନ ସୋଲଡରର ସମସ୍ୟା ୩ଟି ଷ୍ଟେଜ୍ରେ ବିକଶିତ ହୋଇଥାଏ।
ଫ୍ରିଜିଂ ଷ୍ଟେଜ୍ –କାନ୍ଧରେ କୌଣସି ବି ମୁଭମେଣ୍ଟରେ ଯନ୍ତ୍ରଣା ହୋଇଥାଏ । କାନ୍ଧର ମୁଭମେଣ୍ଟ ଲିମିଟେଡ୍ ହୋଇ ଯାଏ ।
ଫ୍ରୋଜନ ଷ୍ଟେଜ୍ –ଏହି ଷ୍ଟେଜ୍ରେ ଯନ୍ତ୍ରଣା କମ୍ ହୋଇପାରେ । ହେଲେ କାନ୍ଧରେ ଅସୁବିଧା ବହୁତ ଅଧିକ ଲାଗେ ।
ଥାଇଙ୍ଗ୍ ଷ୍ଟେଜ୍ – ଏହି ଷ୍ଟେଜ୍ରେ କାନ୍ଧର ମୁଭମେଣ୍ଟରେ କିଛି ମାତ୍ରାରେ ସୁଧାର ହେବା ଆରମ୍ଭ ହୋଇଥାଏ ।
କେମିତି ଏଥିରୁ ମୁକ୍ତି ପାଇବେ – ଫ୍ରୋଜନ ସୋଲଡରର ସବୁଠୁ ସାଧାରଣ କାରଣ କାନ୍ଧରେ ଆଘାତ ଲାଗିବା , ହାତ ଭାଙ୍ଗିବା ବା ଷ୍ଟ୍ରୋକ୍ ପରେ କାନ୍ଧରେ ମୁଭମେଣ୍ଟ ବନ୍ଦ ହୋଇଯିବା । ଯଦି ଆଘାତ କାରଣରୁ ଆପଣ କାନ୍ଧକୁ ହଲାଇ ପାରୁନାହାନ୍ତି ତ ଏଥିପାଇଁ ନିଜର ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ। କିଛି ବ୍ୟାୟାମ ପାଇଁ ପଚାରନ୍ତୁ ।
Comments are closed.