ଚୀନ ସରକାରଙ୍କ ଉପରେ ଲୋକଙ୍କ ଆଉ ଭରଷା ନାହିଁ, ସରକାର ଏବେ ଅଡ଼ୁଆରେ

ବେଜିଂ: ଫଳରେ କିଏ ବୁଢା ବୟସରେ ତାର ଭେଣ୍ଡିଆ ପୁଅକୁ ହରାଇଛି ତ ଆଉ କିଏ ସମ୍ପୂର୍ଣ୍ଣ ରୂପେ ଅନାଥ ହୋଇ ଯାଇଛି । ତେବେ ଏହି ମହାମାରୀ ଅନକ ପରିବାରକୁ ସର୍ବଶାନ୍ତ କରି ଦେଇଛି । ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଭିନ୍ନ ଦେଶର ସରକାର ଲକଡାଉନ୍ ସଟଡାଉନ୍ ପରି ନିୟମ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହି ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାର ଉହାନ ସହର ବୋଲି କୁହାଯାଉଥିବା ବେଳେ ଆଜି ବି ସେଠାରେ କରୋନା ପାଇଁ ଲକଡାଉନ୍ ଜାରୀ ରହିଛି ।

ତେବେ ଗୋଟିଏ ପଟେ ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଅନ୍ୟପକ୍ଷରେ କୋଭିଡ ନିୟମକୁ ନେଇ କମ୍ୟୁନିଷ୍ଟ ସରକାର (ସିସିପି) ପ୍ରତି ଥିବା ଲୋକଙ୍କ ଅସନ୍ତୋଷ ବର୍ତ୍ତମାନ କ୍ରୋଧର ରୂପ ନେଇଛି । ଲୋକଙ୍କ ମଧ୍ୟରେ କ୍ରୋଧ ଏତେ ବୃଦ୍ଧି ପାଇଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ଚୀନର ସାଧାରଣ ନାଗରିକ । ଦେଶବ୍ୟାପୀ ସରକାର ବିରୁଦ୍ଧରେ ରେ ବିରୋଧ ଆରମ୍ଭ ହୋଇଛି । ଚୀନ୍ ସରକାର ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଫଳରେ ଚୀନର ଲୋକମାନେ ଏହା ଉପରେ ନିଜର ରାଗ ଶୁଝାଇଛନ୍ତି ।

ଚୀନ୍ ର ବିଭିନ୍ନ ଅଞ୍ଚଳରୁ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳିଛି । ଜିରୋ କୋଭିଡ ନୀତି ଅନୁଯାୟୀ ଗ୍ରହଣ କରାଯାଉଥିବା କଠୋର ପଦକ୍ଷେପ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ଦିନ ଚୀନ୍ ର ଉତ୍ତର-ପଶ୍ଚିମ ପ୍ରଦେଶର ଉରୁମ୍କି ସ୍ଥିତ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସେଠାରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ତେବେ କୋଭିଡ କଟକଣାର କଠୋରତା ମଧ୍ୟରେ ଏହି ଘଟଣା ଚୀନ୍ ଲୋକଙ୍କ କ୍ରୋଧକୁ ଆହୁରି ଉଗ୍ର କରିଛି ।

Comments are closed.