ହାଇ କୋର୍ଟ ଦ୍ବାରସ୍ଥ ହେଲା ଦଳ, ଜାଣନ୍ତୁ କାହିଁକି

ହାଇଦ୍ରାବାଦ: ରବିବାର ଦିନ ତେଲେଙ୍ଗାନା ରାଜ୍ୟ ‘ବିଜେପି’ ମୁଖ୍ୟ ବଣ୍ଡୀ ସଞ୍ଜୟ କୁମାରଙ୍କୁ ‘ପ୍ରଜା ସଂଗ୍ରାମ ଯାତ୍ରା’ର ପଞ୍ଚମ ପର୍ଯ୍ୟାୟ ପାଇଁ ଅନୁମତି ନ ମିଳିବାରୁ ତେଲେଙ୍ଗାନାରେ ସଦ୍ୟ ବିବାଦ ଆରମ୍ଭ ହୋଇଛି।

ଏଥିପାଇଁ ତେଲେଙ୍ଗାନା ‘ବିଜେପି’ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏବଂ ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଆଜି ଉକ୍ତ ପଦଯାତ୍ରାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସେମତ ଦଳର ଅନ୍ୟାନ୍ୟ ନେତା ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା।

ସୂଚନାଯୋଗ୍ୟ, ‘ପ୍ରଜା ସଂଗ୍ରାମ ଯାତ୍ରା’ ଲାଗି ନିର୍ମଳ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ବେଳେ ସାମ୍ପ୍ରଦାୟିକ ସ୍ପର୍ଶକାତର ପରିସ୍ଥିତ ଉପୁଜିବା ଦର୍ଶାଇ ରବିବାର ରାତିରେ ବଣ୍ଡୀ ସଞ୍ଜୟ କୁମାରଙ୍କୁ ଅଟକ ରଖାଯାଇ ଗୃହବନ୍ଦୀ କରାରିବା ସହିତ ତାଙ୍କ କରିମ୍‌ନଗର ବାସଭବନ ଚତୁଃପାର୍ଶ୍ବରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ରାଜ୍ୟ ‘ବିଜେପି’ ମୁଖ୍ୟ ବଣ୍ଡୀ ସଞ୍ଜୟ କୁମାରଙ୍କୁ ପୁଲିସ ଜଗତିଆଲ୍‌ ଜିଲ୍ଲାରେ ଅଟକାଇ ଘରକୁ ଫେରିଯିବା ପାଇଁ କହିଥିଲା। ବଣ୍ଡୀ ସଞ୍ଜୟ କୁମାରଙ୍କୁ ଅଟକ ରଖାଯାଇଥିବା ଖବର ପାଇ ଜଗତିଆଲ୍‌ ଓ ନିର୍ମଳ ଜିଲ୍ଲାରେ ‘ବିଜେପି’ କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରିବାରୁ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.