ତ୍ଵଚ଼ା ଚମକାଇବା ବେଲ ପତ୍ର, କେମିତି ଜାଣନ୍ତୁ

ଶ୍ରାବଣ ମାସ ସହ ଅନ୍ୟ ସମସ୍ତ ସମୟରେ ମହାଦେବଙ୍କ ନିକଟରେ ବେଲପତ୍ର ଅର୍ପଣ କରାଯାଇଥାଏ। ଏହାର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ତେବେ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଉପକାରୀ ଗୁଣ ରହିଛି। ସ୍ୱାସ୍ଥ୍ୟ ସହ କେଶ ଓ ତ୍ୱଚା ପାଇଁ ବେଲପତ୍ର ଚମତ୍କାରୀ ଲାଭ ପ୍ରଦାନ କରିଥାଏ। କେଶ ଓ ତ୍ୱଚାର ଅନେକ ସମସ୍ୟାକୁ ବେଲପତ୍ର ଦୂର କରିଥାଏ।
ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣରେ ବେଲପତ୍ର ଭରପୁର।

ବେଲପତ୍ର ସହ ମହୁ ମିଶାଇ ପେଷି ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହୋଇଥାଏ।
ତ୍ୱଚାରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ।
ଚର୍ମ କୁଣ୍ଡାଇବା ଓ ଲାଲ ଦାଗକୁ ବେଲପତ୍ର ଦୂର କରିଥାଏ।
ବେଲପତ୍ରକୁ ପେଷି ଏହାକୁ କେଶରେ ଲଗାଇଲେ କେଶ ଝଡିବା ସମସ୍ୟା ଦୂର ହୋଇଥାଏ।
ଉକୁଣି ହୋଇଥିଲେ ମଧ୍ୟ ବେଲପତ୍ର ପେଷି କେଶ ମୂଳରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ।

Comments are closed.