ପ୍ରଚାରକୁ ଯିବେ ରାହୁଲ ଗାନ୍ଧି
ଶିମଲା: ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ସମ୍ପୂର୍ଣ୍ଣ ଫୋକସ କରିଥିବା ବେଳେ ଏହାକୁ ଦିନକ ପାଇଁ ବାତିଲ କରି ପର୍ବତ ଇଲାକା ହିମାଚଳପ୍ରଦେଶରେ ଦଳ ପାଇଁ ପ୍ରଚାର କରିବେ। ଗୁଜରାଟ ନିର୍ବାଚନ ଲାଗି ରାହୁଲ ଗାନ୍ଧି ଦଳ ଲାଗି ଏଯାଏଁ ପ୍ରଚାର କରି ନଥିବାରୁ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକରୁ ପଡ଼ିଛି। ଗୁଜରାଟରେ ଡିସେମ୍ବର ୧ ଏବଂ ୫ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଗତକାଲି ତେଲେଙ୍ଗାନାରେ ପହଞ୍ଚିଥିଲା।
କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ମହାରାଷ୍ଟ୍ରରେ ପ୍ରବେଶ କରିବ। ଏଯାଏଁ ଏହି ଯାତ୍ରା ୬୧ ଦିନରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପଦେଶ ପାଇଁ ବିଜେପି ଲାଗି ପ୍ରଚାର କରିସାରିଛନ୍ତି। ତେବେ କଂଗ୍ରେସ ଶନିବାର ଏହି ନିର୍ବାଚନ ଲାଗି ଇସ୍ତାହାର ପତ୍ର ଜାରି କରିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପସ୍ଥିତିରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି ହୋଇଛି। ଇସ୍ତାହାରରେ ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ କର୍ମଚାରୀଙ୍କ ଅସୁବିଧା ପ୍ରସଙ୍ଗ ରହିଛି। ଇସ୍ତାହାରରେ ଦିଆଯାଇଥିବା ପ୍ରମୁଖ ପ୍ରତିଶ୍ରୁତି ହେଉଛି ରାଜ୍ୟରେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ଏବଂ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।
Comments are closed.