ପୁଣି କେରଳ ରାଜ୍ୟପାଳ ଓ ସରକାର

ତିରୁବନନ୍ତପୁରମ୍‌: ସାମ୍ବିଧାନିକ ଶାସନ ବ୍ୟବସ୍ଥା ନଷ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଁ ସେମାନଙ୍କୁ ଆହ୍ବାନ ଦେଉଛି, ସେମାନେ ଆହୁରି ଅଗ୍ରସର ହୁଅନ୍ତୁ, ଅଧିକ ସମସ୍ୟା ସୃଷ୍ଟି କରନ୍ତୁ, ସତ୍‌ସାହସ ଥିଲେ ରାଜଭବନ ମଧ୍ୟକୁ ଧଷେଇ ପଶନ୍ତୁ ଓ ବାଟଘାଟରେ ମତେ ଆକ୍ରମଣ କରନ୍ତୁ। ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ମୁଁ କିଏ ସେ ଜାଣନ୍ତି ନାହିଁ। କିନ୍ତୁ, ସେ କିଏ ମୁଁ ଜାଣିଛି।

ନଭେମ୍ବର ୧୫ ତାରିଖ ଦିନ ‘ସିପିଆଇ-ଏମ୍‌’ର ପ୍ରସ୍ତାବିତ ପଦଯାତ୍ରା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି, ନଭେମ୍ବର ୧୫ ତାରିଖ ଦିନ ନୁହେଁ, ମୁଁ ରାଜଭବନରେ ଥିବା ଦିନ ପଦଯାତ୍ରା କରନ୍ତୁ। ମୁଁ ସେଠାକୁ ଯିବି। ଚାଲନ୍ତୁ, ସର୍ବସାଧାରଣରେ ବିତର୍କ କରିବା। କର୍ତ୍ତବ୍ୟ ନିର୍ବାହ କରିବାରେ କୁଳପତିମାନଙ୍କୁ ବାଧା ଦିଆଯାଉଛି, ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି, ମତେ ହତ୍ୟା ଧମକ ଦିଆଯାଉଛି।

ସୂଚନ‌ାଯୋଗ୍ୟ, କେରଳର ରାଜ୍ୟପାଳ ଖାଁ ଓ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ମଧ୍ୟରେ କେତେଗୁଡ଼ିଏ ପ୍ରସଙ୍ଗରେ ମତାନ୍ତର ଚାଲିଛି ଏବଂ କିଛି ଦିନ ହେବ ସେମାନେ ପରସ୍ପର ମଧ୍ୟରେ ଭୀଷଣ ଯୁକ୍ତିତର୍କ କରୁଛନ୍ତି। ‘ସିପିଆଇ-ଏମ୍‌’ ନେତା ବିଜୟନ କହୁଛନ୍ତି ଯେ, ରାଜ୍ୟରେ ‘ଆର୍‌ଏସ୍‌ଏସ୍‌ ଆଜେଣ୍ଡା’ ପ୍ରଣୟନ କରିବା ଲାଗି କେରଳ ରାଜ୍ୟପାଳ ଉଦ୍ୟମ କରିବା ସହିତ ସାମ୍ପ୍ରଦାୟିକବାଦ କ୍ଷେତ୍ରରେ ରାଜ୍ୟକୁ ଏକତରଫା କରୁଛନ୍ତି।

Comments are closed.