ଇମ୍ରାନ ଖାନଙ୍କୁ ଗୁଳିମାଡ଼

ଓ୍ବାଜିରାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼ ହୋଇଛି । ସେ ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି । କିନ୍ତୁ ସେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ ପକ୍ଷରୁ କୁହାଯାଇଛି । ଏହି ଗୁଳିମାଡ଼ରେ ଇମ୍ରାନଙ୍କ ପାଖରେ ଥିବା ପିଟିଆଇ ନେତା ଫୈଜଲ ଜାଭେଦ ବି ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଇମ୍ରାନଙ୍କୁ ତୁରନ୍ତ ଏକ ବୁଲେଟ ପ୍ରୁଫ ଗାଡ଼ି ଭିତରକୁ ନିଆଯାଇଥିଲା ।

ପାକିସ୍ତାନୀ ସମ୍ବାଦପତ୍ର ଜନର ରିପୋର୍ଟ ଅନୁସାରେ ଗୁଳିମାଡ଼ କରିଥିବା ଆତତାୟୀକୁ ଗିରଫ କରାଯାଇଛି । ପଂଜାବର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ ଏହି ଘଟଣାର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.