ଦେବେନ୍ଦ୍ର ଫଡ଼ନବୀସଙ୍କ ସ୍ତ୍ରୀ ଅମୃତା ଫଡ଼ନବୀସଙ୍କୁ ମିଳିଲା y+ ସୁରକ୍ଷା

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କ ସ୍ତ୍ରୀ ଅମୃତା ଫଡ଼ନବୀସଙ୍କୁ ମଧ୍ୟ ଉପରୋକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି। ଦିଆ ଯାଇଥିବା ହତ୍ୟା ଧମକ ବିଶ୍ଳେଷଣ କରିବା ପରେ ମହାରାଷ୍ଟ୍ରର ପୁଲିସର ସୁରକ୍ଷା ଏବଂ ନିରାପତ୍ତା ଶାଖା ଉପରୋକ୍ତ ନି‌ଷ୍ପତ୍ତି ଗ୍ରହଣ କରିଛି।

ଏହା ପୂର୍ବରୁ ଅଭିନେତା ସଲ୍‌ମାନ ଖାଁଙ୍କ ନିରାପତ୍ତା ବ୍ୟବସ୍ଥା ‘ଏକ୍ସ୍‌’ ରୁ ‘ୱାଇ ପ୍ଲସ୍‌’କୁ ବୃଦ୍ଧି କରାଯାଇଥିଲା। ଏହି ସୁରକ୍ଷା ବ୍ୟବସ୍ଥା ଅନୁସାରେ, ସଦାସର୍ବଦା ୨ଜଣ ସଶସ୍ତ୍ର ପ୍ରହରୀ ତାଙ୍କ ସହିତ ରହିବେ। ଏହାଛଡ଼ା, ଅହର୍ନିଶ ତାଙ୍କ ବାସଭବନ ପରିସରରେ ଆଉ ୨ଜଣ ପ୍ରହରୀ ରହିବେ।କିଛି ମାସ ତଳେ ମୁମ୍ବାଇ ପୁଲିସ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ବ୍ୟକ୍ତିଗତ ଅସ୍ତ୍ର ରଖିବା ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରିଥିଲେ। ଏଥିପାଇଁ ଅବଶ୍ୟ ସଲ୍‌ମାନ ଆବେଦନ କରିବା ସହ ମୁମ୍ବାଇ ପୁଲିସ କମିସନର୍‌ ବିବେକ ଫାନ୍‌ସଲ୍‌କର୍‌ଙ୍କୁ ଭେଟିଥିଲେ।

Comments are closed.