ଚାଲୁଥିବା ହାଇୱା ରେ ଲାଗିଲା ନିଆଁ, ଅଳ୍ପେକ ବର୍ତୀଲା ଡ୍ରାଇଭର

କେନ୍ଦୁଝର: କେନ୍ଦୁଝର ସଦର ଥାନା ନେକେଡା ଘର ଠାରେ ଚାଲୁଥିବା ହାଇୱା ଗାଡ଼ିରେ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ଲାଗିଲା ନିଆଁ, ଚାହୁଁ ଚାହୁଁ ହୁହୁ ହୋଇ ଜଳିଗଲା ହାଇୱା । ଡ୍ରାଇଭର ଏହା ଜାଣିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ଗାଡି କୁ ରଖି ଗାଡିରୁ ଓଲ୍ହାଇ ପଡିବାରୁ ଅଳ୍ପେକ ବର୍ତୀ ଯାଇଛନ୍ତି ଡ୍ରାଇଭର, ହାଇୱା ଗାଡିରେ ପଥର ଚିପିସ୍ ଲୋଡ଼ କରି କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ନେକେଡାଘର ନିକଟରେ ଗାଡ଼ିରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା, ଗାଡି ଟି ରାସ୍ତା ଉପରେ ହୁ ହୁ ହୋଇ ସମ୍ପୂର୍ଣ୍ଣ ଜଳୁଥିବା ଦେଖିବା ପରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ କୁ ଯୋଗାଯୋଗ କରିଥିଲେ, ବହୁ ବିଳମ୍ବ ରେ ଅଗ୍ନିଶମ ବାହିନୀ ପହଂଚିବା ନିଆଁ କୁ ଆୟତ୍ତ କରିଥିଲେ, ।

Comments are closed.